The Ultimate Managed Hosting Platform
ADVERTISEMENT

ଶାହରୁଖ ଖାନ୍‌ଙ୍କୁ ବିମାନ ବନ୍ଦରରେ ଅଟକାଇଲା ଇଡି

Facebook
Twitter
LinkedIn

ମୁମ୍ବାଇ: ମୁମ୍ବାଇ ବିମାନ ବନ୍ଦରରେ ବଲିଉଡ୍ ବାଦଶାହ ଶାହରୁଖ ଖାନ୍‌ଙ୍କୁ ଅଟକାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗତ କାଲି ରାତିରେ ତାଙ୍କୁ କିଛି ଘଣ୍ଟା ପାଇଁ ଅଟକ ରଖାଯାଇଥିଲା। ଶାହରଖୁ ସାଙ୍ଗର ନେଇଥିବା କିଛି ଦାମିକିଆ ଘଣ୍ଟା ପାଇଁ ତାଙ୍କୁ ଅଟକ ରଖିଥିଲା ଇଡି। ଶେଷରେ ଶାହରୁଖ ଇଡିକୁ ୬.୮୩ ଲକ୍ଷ ଟଙ୍କା ସୀମା ଶୁଳ୍କ ଦେବା ପରେ ତାଙ୍କୁ ଛଡ଼ାଯାଇଥିବା ସୂଚନା ମିଳିଛି।

ୟୁନାଇଟେଡ୍ ଆରବ ଏମିରାଟର ଶହର୍ଜାହରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଘରୋଇ ବିମାନରେ ଫେରିଥିଲେ ଶାହରୁଖ। ମୁମ୍ବାଇର ଟର୍ମିନାଲ ୩ ଲ୍ୟାଣ୍ଡ କରିଥିଲା ତାଙ୍କ ବିମାନ। ଟର୍ମିନାଲରୁ ବାହାରିବା ପରେ ଶାହରୁଖ ଖାନ୍‌ଙ୍କ ବ୍ୟାଗ୍‌ରୁ ଦାମିକିଆ ଘଣ୍ଟା  ବାହାରିଥିଲା। ଯାହାକୁ ନେଇ ଇଡି ତାଙ୍କୁ ଫାଇନ୍ କରିଛି।

ରିପୋର୍ଟ ଅନୁସାରେ, ଇଡି ବିମାନ ବନ୍ଦରରେ ଶାହରୁଖ୍‌ଙ୍କୁ ଫାଇନ୍ କରିବା ପରେ ତାଙ୍କୁ ଓ ତାଙ୍କ ମ୍ୟାନେଜରକୁ ଛାଡ଼ିଦେଇଥିଲେ। ହେଲେ ତାଙ୍କ ବଡି ଗାଡ଼ ଓ ଅନ୍ୟ ସାଥିମାନଙ୍କୁ ଅଟକ ରଖି ସାରା ରାତି ପଚରାଉଚରା କରିଥିଲା ବିଭାଗ। ସକାଳୁ ସେମାନେ ଘରକୁ ଯାଇଥିବା ସୂଚନା ମିଳିଛି। ୧୮ ଲକ୍ଷ ଟଙ୍କାର ୬ଟି ଦାମି ଘଣ୍ଟା ଶାହରୁଖ ଓ ତାଙ୍କ ସହ ଯାଇଥିବା ଲୋକଙ୍କ ବ୍ୟାଗ୍‌ରୁ ଉଦ୍ଧାର କରାଯାଇଥିଲା।

ସୂଚନା ଅନୁସାରେ ଶାହରୁଖ ଖାନ ଶାହର୍ଜା ସହରରେ ହେଉଥିବା ୨୦୨୨ ଅନ୍ତର୍ଜାତୀୟ ପୁସ୍ତକ ମେଳାରେ ଯୋଗ ଦେବା ପାଇଁ ୟୁଏଇ ଯାଇଥିଲେ। ସିନେଜଗତରେ ଯୋଗଦାନ ପାଇଁ ସେଠାରେ ତାଙ୍କୁ ଗ୍ଲୋବାଲ ଆଇକନ ଅଫ୍ ସିନେମାନ ଆଣ୍ଡ କଲ୍ଚର ନାରେଟିଭ୍ ଆୱାର୍ଡ ପ୍ରଦାନ କରାଯାଇଥିଲା। 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

ADVERTISEMENT
ବୁଧବାରଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...

Login