The Ultimate Managed Hosting Platform
ADVERTISEMENT

ଶାଶୁଙ୍କ କୋଳରେ ନଜର ଆସିଲେ ଚିକିନି ଚାମେଲି ଓରଫ୍ କ୍ୟାଟ୍ରିନା

Facebook
Twitter
LinkedIn

ନୂଆଦିଲ୍ଳୀ : ଶାଶୁ କୋଳରେ ନଜର ଆସିଲେ ବଲିଉଡ୍‌ର ସୁପରହିଟ୍ ହିରୋଇନ । ବୋହୂକୁ ନିଜ କୋଳରରେ ବସାଇ ହସୁଛନ୍ତି କୌଶଲଙ୍କ ମାଆ । ନିକଟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଭିକି କୌଶଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଥିଲେ । କେବଳ ଏତିକି ହିଁ ନୁହେଁ ସେ କ୍ୟାପସନ୍‌ରେ ଲେଖିଛନ୍ତି ‘ମେରି ତାକତ, ମେରି ଦୁନିଆ’ । ତେବେ ଗୋଟିଏ ଫ୍ରେମରେ ମା’ ଓ ପତ୍ନୀଙ୍କ ଫଟୋ ପୋଷ୍ଟ କରି ବେଶ୍ ଖୁସିଥିବା ଜଣାପଡୁଛନ୍ତି ଭିକି। ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏକ ଲାଲ ଡ୍ରେସ୍‌ରେ ବିନା ମେକଅପ୍‌ରେ କ୍ୟାଟ୍ରିନା ବେଶ୍ କ୍ୟୁଟ ଲାଗୁଥିବା ବେଳେ ଏକ ବ୍ଲୁ କଲର ସାଲୱାର ସୁଟ୍‌ରେ ତାଙ୍କ ଶାଶୁଙ୍କୁ ଦେଖିବାକୁ ମିଳିଛି ।

ଅନ୍ୟପଟେ କ୍ୟାଟ୍ରିନା ନିଜ ଭଉଣୀମାନଙ୍କର ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି। କ୍ୟାପସନ୍‌ରେ ଲେଖିଛନ୍ତି ‘ମହିଳାଙ୍କ ବିଶିଷ୍ଟ ଏକ ପରିବାର’ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login