ଜଗତସିଂହପୁର : ମନ୍ଦିରକୁ ବି ଛାଡୁନାହାନ୍ତି ଦୁର୍ବୁତ୍ତ । ଠାକୁର ଠାକୁରାଣୀଙ୍କୁ ବି କରୁନାହାନ୍ତି ଭୟ । ଜଗତସିଂହପୁରର ପ୍ରସିଦ୍ଧ ମା’ ଶାରଳାଙ୍କ ମନ୍ଦିର ହୁଣ୍ଡିରୁ ଚୋରି । ତିର୍ତ୍ତୋଲ ଥାନା ଅନ୍ତର୍ଗତ ଝଙ୍କଡ଼ ସ୍ଥିତ ଶାରଳା ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡିଛି । ଇଲେକ୍ଟ୍ରି କ କଟରରେ ତାଲା କାଟି ହୁଣ୍ଡିରୁ ଲକ୍ଷାଧିକ ଟଙ୍କାର ଚୋରି କରିଛନ୍ତି ଦୁର୍ବୃତ୍ତ । ଚୋରି ବେଳେ ଏକ ଟ୍ରଲିର ବ୍ୟବହାର କରିଛନ୍ତି ଦୁର୍ବୃତ୍ତ । ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।
Views: 81











