The Ultimate Managed Hosting Platform
ADVERTISEMENT

ଶରୀରରେ ଭିଟାମିନ କମ ହେବା ଦ୍ୱାରା କେଉଁ କେଉଁ ଲକ୍ଷଣ ସବୁ ଦେଖାଦିଏ , ଜାଣନ୍ତୁ…

Facebook
Twitter
LinkedIn

ବ୍ୟୁରୋ : ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ ଏବଂ ମିନେରାଲ୍ସର ମିଶ୍ରଣ ଜରୁରୀ । ପୋଷକ ତତ୍ୱ ଶରୀରର ସବୁ ଅଙ୍ଗକୁ ମଜବୁତ ପ୍ରଦାନ କରେ । ଯଦି ଆପଣଙ୍କ ଶରୀରରେ ପୋଷକ ତତ୍ୱ କମ ହୋଇଯାଏ ତେବେ ଅନେକ ପ୍ରକାରର ଅସୁବିଧା ଦେଖାଦିଏ । ସେହିପରି ଭିଟାମିନ ମଧ୍ୟ ଶରୀର ପାଇଁ ଆବଶ୍ୟକ ଅଟେ । ଖାଦ୍ୟ ପାନୀୟରୁ ଆମକୁ ଭିଟାମିନ ମିଳିଥାଏ । ଯେତେବେଳେ ଆମର ଶରୀରରକୁ ଉଚିତ ମାତ୍ରାରେ ପୋଷକ ତତ୍ୱ ମିଳେ ନାହିଁ ତେବେ ଶରୀରରେ ଭିଟାମିନର ଆବଶ୍ୟକ କମ ହୋଇଯାଏ । ତେବେ ଆସନˆୁ ଜାଣିବା ଶରୀରରେ ଭିଟାମିନ କମ ହେବାର ଲକ୍ଷଣ କଣ କଣ ସବୁ ଦେଖାଯାଏ ।
ମୁଣ୍ଡର କେଶ ଏବଂ ନଖ କମଜୋର ହୋଇଯିବା-ଶରୀରରେ ଭିଟାମିନ କମ ହେବା ଫଳରେ ମୁଣ୍ଡର ଚୁଟି ଏବଂ ନଖ କମଜୋର ହୋଇଯାଏ । ଭିଟାମିନ କମ ହେବା କାରଣରୁ ଚୁଟି ଏବଂ ନଖ ଛିଡିବାକୁ ଲାଗେ । ତେଣୁ ଯଦି ଆପଣଙ୍କ ଚୁଟି ବା କେଶ ଝଡୁଛି ତେବେ ଏହାକୁ ବିଲକୁଲ ଅଣଦେଖା କରନ୍ତୁ ନାହିଁ । ବରଂ ଭିଟାମିନର ଭରପୁର ଖାଦ୍ୟ ନିଜ ଡାଏଟରେ ଶାମିଲ କରନ୍ତୁ ।
ମୁହଁ ଶୁଷ୍କ ହେବା –ଭିଟାମିନ କମ ହେବା ଦ୍ୱାରା ମୁହଁ ଶୁଷ୍କ ହୋଇପଡେ । ଯଦି ଆପଣଙ୍କ ମୁହଁ ଶୁଷ୍କ ହୋଇ ଯାଉଛି ତେବେ ଚୁପ ବସନ୍ତୁ ନାହିଁ । ଆପଣଙ୍କୁ ଆଇରନ ଯୁକ୍ତ ଖାଦ୍ୟ ଖାଇବା ଉଚିତ ।
ମାଢିରୁ ରକ୍ତ ବୋହିବା – ମାଢିରୁ ରକ୍ତ ବୋହିବା ସାଧାରଣ କଥା ହୋଇଥାଏ । କିନ୍ତୁ ଏହି ସମସ୍ୟା ଭିଟାମିନ ଅଭାବରୁ ମଧ୍ୟ ଦେଖାଦେଇଥାଏ । କାରଣ ଭିଟାମିନ ଅଭାବରୁ ମାଢି ସମସ୍ୟା ଦେଖାଦିଏ ଏବଂ ଇମ୍ୟୁନ ସିଷ୍ଟମ ମଧ୍ୟ କମ ହେବାରେ ଲାଗେ ।
ଚର୍ମ ଶୁଷ୍କ ହୋଇଯିବା –ଶରୀରରେ ଭିଟାମିନ କମ ହେବା ଦ୍ୱାରା ଚର୍ମ ଶୁଷ୍କ ହୋଇଯାଏ ।ଯଦି ଆପଣଙ୍କ ଚର୍ମ ଶୁଷ୍କ ହୁଏ କିମ୍ବା ଫାଟେ ତେବେ ଏହା ପ୍ରତି ଆପଣ ଧ୍ୟାନ ଦେବା ଉଚିତ ।
(ପ୍ରତ୍ୟାଖ୍ୟାନ: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ । ଶପଥ ନ୍ୟୁଜ ଏହାକୁ ନିଶ୍ଚିତ କରେ ନାହିଁ ।)

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login