The Ultimate Managed Hosting Platform
ADVERTISEMENT

ଶରଧାବାଲିରେ ଠେଲାପେଲା , ୩ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ପୁରୀ : ଶରଧାବାଲିରେ ଠେଲାପେଲା । ୩ ଜଣ ଭକ୍ତଙ୍କର ଜୀବନ ଯାଇଥିବା ସୂଚନା । ରଥ ସମ୍ମୁଖରେ ଅଘଟଣ ଘଟିଥିବା ସୂଚନା । ବିଳମ୍ବିତ ରାତିରେ ଘଟିଛି ଅଘଟଣ । ଦର୍ଶନ ପାଇଁ ଅତ୍ୟଧିକ ଭିଡ ଯୋଗୁଁ ଅଘଟଣ ସୂଚନା । ମୃତକମାନେ ହେଲେ ଖୋର୍ଦ୍ଧା ଗୋବର୍ଦ୍ଧନପୁର ଅଞ୍ଚଳର ବାସନ୍ତୀ ସାହୁ , ନୟାପଲ୍ଲୀ ଅଞ୍ଚଳର ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣା ଅଠାନ୍ତର ଅଞ୍ଚଳର ପ୍ରଭାତୀ ଦାସ।ସୂଚନା ଅନୁସାରେ ଶରଧାବାଲିରେ ୩ ରଥ ଲାଗିବା ପରେ ଠାକୁରଙ୍କୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲେ । ରାତି ସମୟରେ ଭିଡ଼ ବଢ଼ି ଚାଲିଥିଲା । ତେବେ ରାତି ପ୍ରାୟ ୧୨ଟା ୧୫ ବେଳକୁ ଠାକୁରଙ୍କ ପହୁଡ଼ ପଡ଼ିଯାଇଥିଲା, ଯାହା ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଶୀଘ୍ର ହୋଇଥିଲା । ତେବେ ଆଜି ଭୋର ୪ ସମୟରେଦର୍ଶନ ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ଜନସମାଗମ ଯୋଗୁଁ ଦଳାଚକଟା ହୋଇଛି । ରଥ ସମ୍ମୁଖରେ ଅଘଟଣ ଘଟିଥିବା ସୂଚନା ମିଳିଛି । ଯେଉଁ ସ୍ଥାନରେ ଦଳାଚକଟା ହୋଇଛି ସେଠାରେ ପ୍ରଶାସନ ତରଫରୁ ପୂର୍ବରୁ କୌଣସି ସୁରକ୍ଷା କିମ୍ବା ପୋଲିସ ବାହନୀ ସେଠାରେ ଉପସ୍ଥିତ ନଥିଲେ । ଯେଉଁ କାରଣରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇ ଠେଲାପେଲା-ଦଳାଚକଟା ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଅଘଟଣ ; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି ; ଆଇନମନ୍ତ୍ରୀ

ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ

ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମୀକ୍ଷା ବୈଠକରେ ଯୋଗ ଦେବେ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ

ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...

Login