The Ultimate Managed Hosting Platform
ADVERTISEMENT

ଶରଦ ପାୱାରଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଜଣକ ‘ବିଜେପି’ କର୍ମୀ: ଅଜିତ ପାୱାର୍

Facebook
Twitter
LinkedIn

ପୁଣେ: ଶରଦ୍ ପାୱାରଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଜଣକ ‘ଆତ୍ମଘୋଷିତ ବିଜେପି କର୍ମୀ’ ସୌରଭ ପିମ୍ପାଲକର୍ ବୋଲି ତାଙ୍କ ପୁତୁରା ଅଜିତ ପାୱାର୍ ଦାବି କରିଛନ୍ତି। ଏଭଳି ଦାୟିତ୍ବହୀନ ଆଚରଣକୁ ତୀବ୍ର ନିନ୍ଦା କରି ଅଜିତ୍ ପାୱାର୍ କହିଛନ୍ତି, ସୌରଭ ପିମ୍ପାଲକର୍ ନାମକ ଏହି ଯୁବକ ତା’ର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରକାଶ କରିଥିଲା ଯେ, ଶରଦ ପାୱାର୍ ନରେନ୍ଦ୍ର ଦାଭୋଲକର୍ଙ୍କ ଦଶା ଭୋଗିବେ। ତାଙ୍କ ହ୍ବାଟସ୍ଆପ୍ରେ ବାପା ଶରଦ ପାୱାରଙ୍କ ପ୍ରତି ହତ୍ୟା ଧମକ ଆସିଥିବା କଥା ଗୁରୁବାର ଦିନ ‘ନ୍ୟାସନାଲିଷ୍ଟ୍ କଂଗ୍ରେସ ପାର୍ଟି’ (ଏନସିପି) ସାଂସଦ ସୁପ୍ରିୟା ସୁଲେ କହିଥିଲେ।ଗଣମାଧ୍ୟମକୁ ସୁଲେ କହିଥିଲେ, ପାୱାର୍ ସାହେବଙ୍କ ନାଁରେ ମୁଁ ହ୍ବାଟସଆପରେ ଗୋଟାଏ ମେସେଜ୍ ପାଇଛି। ତାଙ୍କୁ ଗୋଟାଏ ୱେବସାଇଟ୍ ଜରିଆରେ ହତ୍ୟା ଧମକ ଦିଆଯାଇଛି। ତେଣୁ, ଏହାର ବିଚାର କରିବା ଲାଗି ପୁଲିସ ପାଖକୁ ଆସିଛି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ବି ଅନୁରୋଧ କରୁଛି। ଏଭଳି କାର୍ୟ୍ୟ ନିମ୍ନସ୍ତରର ରାଜନୀତି। ଏହାକୁ ବନ୍ଦ କରାଯିବା ଉଚିତ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

ଭୁବନେଶ୍ୱର : ଅବସରପ୍ରାପ୍ତ ୬୩୮୭ ଜଣ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମିଳିବ ନିଯୁକ୍ତି । ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ହାଇସ୍କୁଲ ସହ ସଂସ୍କୃତ ଟୋଲ ସ୍କୁଲରେ ମିଳିବ...

ପୁରୀ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା , କହିଲେ ଅବହେଳା ଅକ୍ଷମଣୀୟ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବଙ୍କ ଚିଠି । ମହାନଦୀ ଜଳ ବିବାଦ ନେଇ ପ୍ରତିଉତ୍ତର ରଖି ଲେଖିଲେ ଚିଠି ।ଆପୋସ ଆଲୋଚନାରେ...

ADVERTISEMENT

Login