ନବରଙ୍ଗପୁର: ଶବକୁ ମିଳିଲାନି ସମ୍ମାନ । ଗରିବ ବୋଲି ପତ୍ନୀଙ୍କ ଶବ ନେବାକୁ ମିଳିଲାନି ଗାଡି । ପ୍ରଶାସନ କିମ୍ବା ରାଜନେତାଙ୍କୁ ଗୁହାରିକଲେ କିନ୍ତା ସହଯୋଗର ହାତ ବଢ଼ିଲା ନାହିଁ। ଶେଷରେ ସଂପର୍କୀୟଙ୍କ ସହାୟତାରେ ୨୦କିଲୋମିଟର କୋକେଇ କାନ୍ଧେଇ ନିଜ ଗାଁକୁ ଚାଲି ଚାଲି ଗଲେ। ନବରଙ୍ଗପୁର ଜିଲ୍ଲାର ଏହି ଦାନ ମାଝୀ ଜଣକ ହେଲେ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଫଫୁଗାଁର ଅଭି ଅମାନତ୍ୟ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ପୂର୍ଣ୍ଣିଗୁଡ଼ା ଗାଁର କରୁଣା ଅମାନତ୍ୟକୁ ବିବାହ କରିଥିଲେ ଫୁଫୁଗାଁର ଅଭି। ପୂର୍ବରୁ ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଥିଲା ବେଳେ ୩ମାସ ତଳେ ତୃତୀୟ ସନ୍ତାନ (କନ୍ୟା)କୁ ଜନ୍ମ ଦେଇଥିଲେ କରୁଣା। ତେବେ ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ କୋରାପୁଟ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ତୁ ୨୫ତାରିଖ ରାତିରେ ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା।
ପତ୍ନୀଙ୍କ ପରଲୋକ ଖବର ପାଇ ଅଭି ପୂର୍ଣ୍ଣିଗୁଡ଼ାକୁ ଆସିଲେ। ଆଦିବାସୀ ପରମ୍ପରା ଅନୁସାରେ ସ୍ବାମୀଙ୍କ ଗାଁରେ ହିଁ ପତ୍ନୀଙ୍କ ଶେଷକୃତ୍ୟ ହୋଇଥାଏ। ଏଥିପାଇଁ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ି ଯୋଗାଡ଼ କରିବାକୁ ଅଭି ଉଦ୍ୟମ କରିଥିଲେ। ତଥାପି କୌଣସି ଗାଡ଼ି ମିଳିନଥିଲା। ଏଥିପାଇଁ ସ୍ଥାନୀୟ ରାଜନେତାଙ୍କୁ ସରକାରୀ ଗାଡ଼ି ଯୋଗାଡ଼ କରିବାକୁ ଗୁହାରି କରିଥିଲେ। ଏମିତି ସ୍ଥିତିରେ କେହି ସହଯୋଗର ହାତ ବଢ଼ାଇ ନଥିଲେ। ଅନ୍ୟପକ୍ଷରେ ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁଁ ଗାଡ଼ି ଭଡ଼ା କରି ଶବ ନେବା ସମ୍ଭବ ନଥିଲା। ଚାରିଆଡ଼ୁ ନିରାଶ ହୋଇ ଶେଷରେ ଗତକାଲି ଭୋର ସମୟରେ କୋକେଇ ବାନ୍ଧି ସେଥିରେ ପତ୍ନୀଙ୍କ ଶବ ଲଦି ବାହାରି ପଡ଼ିଥିଲେ ନିଜ ଗାଁ ଅଭିମୁଖେ।
ଶବକୁ ମିଳିଲାନି ସମ୍ମାନ ; କୋକେଇରେ ୨୦ କିମି ବୋହିଲେ ପରିବାର , ରାଜନେତାଙ୍କ ସହଯୋଗ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...