The Ultimate Managed Hosting Platform
ADVERTISEMENT

ଶପଥ ନେବା ପରେ ଅର୍ଥ ରାଶି ବଢାଇଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

Facebook
Twitter
LinkedIn

ରାଞ୍ଚି : ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ହେମନ୍ତ ସୋରେନ ପ୍ରକଳ୍ପ ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଝାଡ଼ଖଣ୍ଡ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡିସେମ୍ବର ୯ରୁ ୧୨ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ । ଜେଏମଏମର ବରିଷ୍ଠ ବିଧାୟକ ଷ୍ଟିଫେନ୍ ମାରାଣ୍ଡିଙ୍କୁ ବାଚସ୍ପତି କରାଯାଇଛି । ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଇଁ ବଡ ଘୋଷଣା କରାଛନ୍ତି । ମୈୟା ଯୋଜନାର ଅର୍ଥରାଶିକୁ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ସୋରେନ ନିଷ୍ପତ୍ତି ନେଇଛନ୍ତି ମୈୟା ଯୋଜନାରେ ହିତାଧିକାରୀଙ୍କୁ ଡିସେମ୍ବରରୁ ମାସିକ ୨୫୦୦ ଟଙ୍କା ମିଳିବ । ବର୍ତ୍ତମାନ ପର୍ୟ୍ୟନ୍ତ ପ୍ରତି ମାସରେ ହିତାଧୀକାରୀ ୧୦୦୦ଟଙ୍କା ପାଉଥିଲେ ।ସୋରେନ କହିଥିଲେ ବିଧାନସଭା ନିର୍ବାଚନ ସମୟରେ ଏହି ପ୍ଲାନକୁ ନେଇ ବହୁତ ଚର୍ଚ୍ଚା ଓ ଆଲୋଚନା କରାଯାଇଥିଲା । ଏହି ଯୋଜନାର ଲାଭ ସିଧାସଳଖ ମହିଳାମାନଙ୍କୁ ପ୍ରଦାନ କରି ଜେଏମଏମ କ୍ଷମତାକୁ ଫେରିବାରେ ସକ୍ଷମ ହୋଇଛି ବୋଲି ବିଶ୍ୱାସ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login