ଭୁବନେଶ୍ୱର : ଲୋକସେବା ଭବନରେ ରିଲ୍ସ ପାଇଁ ଆସିବ ଗାଇଡ ଲାଇନ । ଗାଇଡଲାଇନ ଆଣିବ ଗୃହ ବିଭାଗ । ଏ ନେଇ ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଲୋକସେବା ଭବନରେ ରିଲ୍ସର କୈାଣସି ଅବକାଶ ନାହିଁ କହିଲେ । ଆଗକୁ ଗୃହ ବିଭାଗ ଲୋକସେବା ଭବନ ସୁରକ୍ଷାକର୍ମୀଙ୍କୁ ତାଗିଦ କରିବ । ରିଲ୍ସ ହେଉଥିଲେ ଲୋକସେବା ଭବନ ସୁରକ୍ଷା କର୍ମୀ ଓ ପୋଲିସ ପଦ କ୍ଷେପ ନେବେ । ଲୋକସେବା ଭବନରେ ରିଲ୍ସ ମୋ ନଜରକୁ ଆସିନାହିଁ କହିଲେ ମନ୍ତ୍ରୀ । ଅନ୍ୟପଟେ, ଏହି ଘଟଣାକୁ ନେଇ ସଚିବାଳୟ ସେବା ସଂଘ ନିଜର ପ୍ରତିକ୍ରିୟା ରଖିଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଗଣମାଧ୍ୟମରେ ଯେଉଁ ସବୁ ଭିଡିଓ ପ୍ରସାରିତ ହେଉଛି, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ବିଗତ ବର୍ଷର ପୁରୁଣା ଭିଡିଓ । ତଥାପି, ଯଦି ଚଳିତ ବର୍ଷ କେହି ଏଭଳି ଅନୁଶାସନହୀନ କାର୍ୟ୍ୟ କରିଥାନ୍ତି, ତେବେ ତାହା ଅତ୍ୟନ୍ତ ନିନ୍ଦନୀୟ । ସଂଘ ସ୍ପଷ୍ଟ କରିଛି ଯେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସେମାନେ କାର୍ୟ୍ୟ କରୁଛନ୍ତି ଏବଂ କୌଣସି ନିୟମର ଉଲ୍ଲଂଘନ କରାଯାଇ ନାହିଁ ।
Views: 52











