The Ultimate Managed Hosting Platform
ADVERTISEMENT

ଲୋକଙ୍କ ଉପରେ କାର ଚଢାଇ ଦେଲେ ଟିଭି ସିରିଏଲ ନିଦେ୍ର୍ଦଶକ

Facebook
Twitter
LinkedIn

କୋଲକତା : ଭିଡ ଭିତରେ ପଶିଗଲା କାର । ଲୋକଙ୍କ ଉପରେ ଚଢିଗଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା କାରଟି ଜଣେ ଟିଭି ସିରିଏଲର ନିଦେ୍ର୍ଦଶକ ବୋଲି ଜଣାପଡିଛି । ରବିବାର ପଶ୍ଚିମବଙ୍ଗର ରାଜଧାନୀ କୋଲକତାର ଚଳଚଞ୍ଚଳ ମାର୍କେଟରେ ବଡ ଦୁର୍ଘଟଣା ଘଟିଛି ।ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ତାଙ୍କୁ ପିଟିବାକୁ ଲାଗିଥିଲେ । ପୋଲିସ ଉକ୍ତ ଅଭିଯୁକ୍ତ ଭିକ୍ଟୋଙ୍କୁ ଗିରଫ କରିଛି ।ଜଣେ ପ୍ରତକ୍ଷ୍ୟଦର୍ଶୀଙ୍କ ମତାନୁସାରେ, ଗାଡିଟି ବିଷ୍ଣୁପୁର ରାସ୍ତାରୁ ଆସୁଥିବାବେଳେ କାରରେ ଥିବା ଜଣେ ଯାତ୍ରୀଙ୍କୁ ଧରିଥିଲେ ।ଧାରାବାହିକର ସଫଳତା ପାଳନରେ ପାର୍ଟି ଆୟୋଜିତ ହୋଇଥିଲା ଯାହାର ଖବର ଶୁଣିବାକୁ ମିଳୁଛି । ପାଖାପାଖି ପ୍ରାୟ ୨ଟା ରାତିରେ ପାର୍ଟି ସରିଥିଲା । ପାର୍ଟି ପରେ ସିଦ୍ଧାନ୍ତ ଦାସ ଏବଂ ଶ୍ରେୟା ବସୁ ବାରକୁ ଯାଇଥିଲେ । ସେଠାରୁ ପୁଣି ମଦ୍ୟପାନ କରି ରାତି ସାରା ରାସ୍ତାରେ ବୁଲିବାକୁ ଲାଗିଥିଲେ । ଅତ୍ୟଧିକ ନିଶା କାରଣରୁ ବୁଲି ବୁଲି ଦିନ ହେବା ଫଳରେ ଠାକୁରପୁକୁର ବଜାରରେ ପଶିଥିଲେ । ଗୋଟିଏ ପରେ ଗୋଟିଏ ଲୋକଙ୍କୁ ଧକ୍କା ଦେଇଥିଲେ ।ଘଟଣାସ୍ଥଳରେ ପହଞ୍ଚି ପୋଲିସ ଭିଡ ହଟାଇବା ପାଇଁ ଅଭିଯୁକ୍ତଙ୍କୁ ଗିରଫ କରି ନେଇଥିଲା । ଆଇନଗତ ଭାବେ ଏହାର କାର୍ୟ୍ୟାନୁଷ୍ଠାନ କରାଯିବ ବୋଲି ମଧ୍ୟ କହିଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login