The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

 ଲାଉଡସ୍ପିକରରେ ବାଜିବନି ହନୁମାନ ଚାଳିଶା,ଏହି ରାଜ୍ୟରେ ଦିଆଗଲା ନିର୍ଦ୍ଦେଶ

Facebook
Twitter
LinkedIn

 ଆଜାନ ସମୟରେ ଲାଉଡସ୍ପିକରରେ ବାଜିବନି ହନୁମାନ ଚାଳିଶା,ଏହି ରାଜ୍ୟରେ ଦିଆଗଲା ନିର୍ଦ୍ଦେଶ ସମୟରେ ବାଜିବନି ହନୁମାନ ଚାଳିଶା। ଏଭଳି ଏକ ନିର୍ଦେଶ ଦେଛନ୍ତି ମହାରାଷ୍ଟ୍ରର ନାସିକ ପ୍ରଶାସନ। ନିର୍ଦ୍ଦେଶ ଅନୁସାରେ, ଆଜାନର ୧୫ ମିନିଟ୍ ପୂର୍ବରୁ ଓ ୧୫ ମିନିଟ୍‌ ପରେ ହନୁମାନ ଚାଳିଶା ବଜାଇ ହେବନି। ନାସିକ ପ୍ରଶାଶନ କହିଛନ୍ତି, ଆଇନ ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ନାସିକ ପୋଲିସ କମିଶନ୍‌ର ଦୀପକ ପାଣ୍ଡେ କହିଛନ୍ତି, ହନୁମାନ ଚାଳିଶା କିମ୍ବା ଭଜନ ବଜାଇବା ପାଇଁ ଅନୁମତି ନେବାକୁ ହେବ। ଅଜାନ ପୂର୍ବରୁ ଓ ପରେ ୧୫ ମିନିଟ ଭିତ​‌ରେ ଏହାର ଅନୁମତି ମିଳିବନି। ମସଜିଦ୍‌ର ୧୦୦ ମିଟର ପରିସରରେ ଏହାର ଅନୁମତି ଦିଆଯାଇ ନାହିଁ। ଏହି ନିର୍ଦ୍ଦେଶର ଉଦେଶ୍ୟ ହେଉଛି ଆଇନ ବ୍ୟବସ୍ଥାକୁ ବଜାୟ ରଖିବା।ସେ କହିଛନ୍ତି ସମସ୍ତ ଧାର୍ମିକ ସ୍ଥଳକୁ ୩ ମଇ ପର୍ଯ୍ୟନ୍ତ ଲାଉଡସ୍ପିକର ବ୍ୟବହାର କରିବାର ଅନୁମତି ନେବାର ନିର୍ଦେଶ ଦିଆଯାଇଛି। ୩ ମଇ ପରେ ଯଦି କୌଣସି ନିର୍ଦେଶ ଉଲଂଘନ କରିବାର ଜଣାପଡନ୍ତି, ତେବେ ଉଲଂଘନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଲାଉଡ ସ୍ପିକର ବିବାଦକୁ ନେଇ ଆଜି ମହାରାଷ୍ଟ୍ରର ଗୃହମନ୍ତ୍ରୀ ଓ ଡିଜିପି ବୈଠକ କରିଛନ୍ତି। ଯେଉଁଥିରେ ନିଷ୍ପତ୍ତି ନିଆଯାଇଛି ଯେ, ଧାର୍ମିକ ସ୍ଥଳରେ ଲାଉଡସ୍ପିକର ଲଗାଉଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଉଲ୍ଲେଖନୀୟ ଯେ, ନିକଟରେ ମହାରାଷ୍ଟ୍ର  ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ମହାରାଷ୍ଟ୍ର ସରକାରଙ୍କୁ ଚେତାବନୀ ଦେଇଥିଲେ ଯେ, ୩ ମଇ ପର୍ଯ୍ୟନ୍ତ ମସଜିଦ୍‌ରୁ ଲାଉଡସ୍ପିକର ହଟାଇ ନେବା ଦରକାର ନଚେତନ ମସଜିଦ ସାମନାରେ ଅଧିକ ସାଉଣ୍ଡ ଦେଇ ହନୁମାନ ଚାଳିଶା ବାଜିବ। ଏହାପରେ ମହାରାଷ୍ଟ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ

କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ । ସଂସଦରେ ମନ୍ତ୍ରୀ ରଖିଥିବା ତଥ୍ୟରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନାଁ ନାହିଁ...

ADVERTISEMENT