ସୁନ୍ଦରଗଡ : ଲଗାଣ ବର୍ଷାରେ ଭାସିଗଲା କାର । ଅଳ୍ପକେ ବର୍ତ୍ତିଗଲେ ଚାଳକ । ଗତକାଲିଠାରୁ ସୁନ୍ଦରଗଡର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଜିଲ୍ଲାର ସଦର ଥାନା ରସରାଜପୁର –ଦେଓଗାଁ ରାସ୍ତା ଝଙ୍କରା ନିକଟରେ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଥିଲା । ଏହି ସମୟରେ ସେହି ରାସ୍ତା ଦେଇ ପୋଲ ଅତିକ୍ରମ କରୁଥିବା ବେଳେ କାରଟି ଭାସି ଯାଇଥିଲା । ପାଣିର ପ୍ରଖର ସ୍ରୋତରେ କାରଟି ଭାସି ଯାଇଥିଲା । କିନ୍ତୁ ଚାଳକ କୈାଣସିମତେ ବାହାରି ଯାଇଥିଲେ ।
Views: 84











