କଟକ : କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ଫୁଲନଖରା ଠାରେ ଥିବା ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୧ ତମ ପ୍ରତିଷ୍ଠା ଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଷ୍ଠା ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷା ଯଶୋଧାରା ମହାପାତ୍ର ବାର୍ଷିକ ବିବରଣୀ ପାଠ କରିବା ସହ ଉତ୍ସବ ରେ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ କାର୍ୟ୍ୟକ୍ରମରେ କଟକ ସଦର ବିଧାୟକ ତଥା ପୂର୍ବତନ କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି , କଟକ ସଦର ଉପ ଜିଲ୍ଲାପାଳ ତଥା ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଭାପତି କମଲଜିତ୍ ଦାଶ ମୁଖ୍ୟବକ୍ତା , ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ସ୍ୱାଧୀନଚେତା ମହାନ୍ତି, ପୂର୍ବତନ କର୍ପୋରେଟର ପ୍ରମୋଦ କୁମାର ମହାପାତ୍ର, ୫୯ ନମ୍ବର ୱ।ର୍ଡ଼ର କର୍ପୋରେଟର ମମତା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଫୁଲନଖରା ଅଞ୍ଚଳରେ ଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ସହ ସଂସ୍କାରୀ ହେବା ଦିଗରେ ଅଧ୍ୟକ୍ଷା ଏବଂ ଅନ୍ୟ ଅଧ୍ୟାପିକା ମାନଙ୍କର ପ୍ରଚେଷ୍ଟା ଯୋଗୁଁ ଏହି ବିଦ୍ୟାଳୟର ସୁନାମ ରହିଛି । ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଲକ୍ଷେଶ୍ୱର ମହିଳା ଉଚ୍ଚ ମଧ୍ୟମିକ ବିଦ୍ୟାଳୟ, ବର୍ତ୍ତମାନ ଯେଉଁଠାରେ ଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରିଆସୁଛି କାର୍ୟ୍ୟ କରୁଛି, ସେହି ଜମିଟି ଏପର୍ୟ୍ୟନ୍ତ ବିଦ୍ୟାଳୟ ନାମରେ ନଥିବାରୁ ସରକାରଙ୍କ ଆର୍ଥିକ ଅନୁଦାନରୁ ବଞ୍ଚିତ ହେଉଛି । ଏହି ଜମିଟକୁ ତୁରନ୍ତ ଉକ୍ତ ମହିଳା ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ନାମରେ କରାଯିବା ପାଇଁ ଅଧ୍ୟକ୍ଷା ଯଶୋଧାରା ମହାପାତ୍ର ମୁଖ୍ୟ ଅତିଥି ବିଧାୟକ ଚନ୍ଦ୍ର ସାରଥୀ ବେହେରା ଏବଂ ଉପ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆୟୋଜିତ ୩୧ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି କେକେ କାଟି ଛାତ୍ରୀ ଏବଂ ବିଦ୍ୟାଳୟର ସମସ୍ତ ଅଧ୍ୟାପିକା କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ବିଦ୍ୟାଳୟର କୃତୀ ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ସାର୍ଟିଫିକେଟ ସହ ପଦକ ପ୍ରଦାନ କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ବିପ୍ରଚରଣ ଭୋଳଙ୍କ ସମେତ ସମସ୍ତ ଅଧ୍ୟାପିକା, କର୍ମଚାରୀ , ଛାତ୍ରୀ ମାନେ ସହଯୋଗ କରିଥିଲେ । କଟକ ଫୁଲନଖରା ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ ଶପଥ ନିୟୁଜ ।
ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୧ ତମ ପ୍ରତିଷ୍ଠା ଉତ୍ସବ

Facebook
Twitter
LinkedIn
Facebook
Twitter
LinkedIn
Recent News
ଯାତ୍ରୀବାହୀ ବସରେ ଲାଗିଲା ନିଆଁ
ରାଜସ୍ଥାନ : ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ବସରେ ୫୭ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦-୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା...
ନୂଆପଡା ଉପନିର୍ବାଚନ ; କିଏ ହେବେ ବିଜେଡିରୁ ପ୍ରାର୍ଥୀ ?
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ କିଏ ହେବେ ତାକୁ ନେଇ ଚର୍ଚ୍ଚା । ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ବେଳେ...
ସିରିଜ ପୋଛିନେଲା ଭାରତ , ୭ ୱିକେଟରେ ୱେଷ୍ଟିଣ୍ଡିଜକୁ ହରାଇଲା
ନୂଆଦିଲ୍ଲୀ : ୭ ୱିକେଟରେ ଭାରତ ଜିତି ୨-୦ ସିରିଜ କବଜା କରିଛି । ୱେଷ୍ଟଇଣ୍ଡିଜ ଦ୍ବିତୀୟ ଇନିଂସରେ ୩୯୦ ରନ୍ କରି ଭାରତକୁ ୧୨୧ ରନର...
କୋଲ୍ଡରିଫ ସମେତ ଏ ସମସ୍ତ ସିରପକୁ ବିଷାକ୍ତ କହିଲା “ହୁ”
ନୂଆଦିଲ୍ଲୀ : କୋଲ୍ଡରିଫ୍ ସମେତ ରେସପିଫ୍ରେସ୍ ଟିଆର ଓ ରିଲିଫ୍ ସିରପକୁ ବିଷାକ୍ତ କହିଲା ହୁ । ଏହି ୩ କଫ୍ ସିରପରେ ଡାଇଏଥିଲିନ୍ ଗ୍ଲାଇକୋଲ ଓ...