The Ultimate Managed Hosting Platform
ADVERTISEMENT

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ ହୋଇ ଜଳିଗଲା ଘର, ୩ ଗୁରୁତର

Facebook
Twitter
LinkedIn

ଭଦ୍ରକ : ରୋଷେଇ କରୁଥିବା ବେଳେ ଲିକ ହେଲା ଗ୍ୟାସ । କେହି କିଛି ବୁଝିବା ପୂର୍ବରୁ ହଠାତ ନିଆଁ ଏମିତି ବ୍ୟାପିଗଲା ଯେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଲା । ଆଉ ସଙ୍ଗେ ସଙ୍ଗେ ଘର କଣ ଘରେ ଥିବା ସଦସ୍ୟଙ୍କ ଶରୀରରେ ବି ଲାଗିଗଲା ନିଆଁ । ୨ ବଖରା ଘର ଜଳିଯିବା ସହ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଛନ୍ତି ବାପ ପୁଅ ଓ ମା । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଧୂଷୁରୀ ଥାନା ଅଧିନସ୍ଥ ଗଡ଼ିଆଳି ପଞ୍ଚାୟତର ଉଚ୍ଚପଦା ଗାଁରେ । ଏହି ଗାଁର ବୃନ୍ଦାବନ ସାହୁଙ୍କ ସ୍ତ୍ରୀ ଗତକାଲି ରାତିରେ ରୋଷେଇ କରୁଥିବା ବେଳେ ହଠାତ ଗ୍ୟାସ ପାଇପ୍ ଲିକ ହୋଇ ନିଆଁ ଲାଗି ଯାଇଥିଲା । ଘର ଭିତରେ ଥିବା ବୃନ୍ଦାବନ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ବାସନ୍ତୀ ଓ ପୁଅ ଦୀପକ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ବୃନ୍ଦାବନ ସୁସ୍ଥ ଥିବା ବେଳେ ତାଙ୍କ ସ୍ତ୍ରୀ ଓ ପୁଅ ଗୁରୁତର ଅଛନ୍ତି । ଏହି ଅଗ୍ନିକାଣ୍ଡରେ ବୃନ୍ଦାବନଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

ବଦ୍ରିନାଥ ଯାଉଥିବା ବେଳେ ନଦୀକୁ ଖସିଲା ବସ, ୩ ଜଣଙ୍କର ଚାଲିଗଲା ଜୀବନ ଏବଂ ୯ ନିଖୋଜ

ବଦ୍ରିନାଥ ଯାଉଥିବା ବେଳେ ନଦୀକୁ ଖସିଲା ବସ, ୩ ଜଣଙ୍କର ଚାଲିଗଲା ଜୀବନ ଏବଂ ୯ ନିଖୋଜ

ଉତ୍ତରାଖଣ୍ଡ : ବଦ୍ରିନାଥ ଯାଉଥିବା ବେଳେ ନଦୀକୁ ଖସିଲା ବସ । ଉତ୍ତରାଖଣ୍ଡରୁ ରୁଦ୍ରପ୍ରୟାଗ ଜିଲ୍ଲାରେ ଆଜି ଅଳକାନନ୍ଦା ନଦୀକୁ ବସଟି ଖସି ପଡିଛି । ଫଳରେ...

Login