ନାଳଗିରି : ଓପିଡିରେ ରୋଗୀ ଦେଖୁଥିବା ବେଳେ ଡାକ୍ତରଙ୍କ ଚାଲିଗଲା ଜୀବନ । ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଘଟିଛି ଘଟଣା । ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ତ୍ରିନାଥ ପାଲଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡି ଯାଇଥିଲେ ଡାକ୍ତର । ସଙ୍ଗେ ସଙ୍ଗେ ସହଯୋଗୀ ଓ ସିକ୍ୟୁରିଟି ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ବାଟରେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ନୀଳଗିରି ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବାଲେଶ୍ୱର ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର ।
Views: 39











