ଭୁବନେଶ୍ୱର : ରେଳ ମନ୍ତ୍ରାଳୟକୁ ଚଳିତ ବଜେଟରେ ୨ ଲକ୍ଷ ୫୨ ହଜାର ଟଙ୍କା ଦିଆଯାଇଛି । ଚଳିତ ବଜେଟରେ ଓଡିଶା ପାଇଁ ୧୦ ହଜାର ୫୩୬ କୋଟି ବ୍ୟୟବରାଦ। ବିଭିନ୍ନ ବାବଦରେ ରେଳ କ୍ଷେତ୍ରରେ ଖର୍ଚ୍ଚ ପାଇଁ ବ୍ୟୟବରାଦ ହୋଇଥିବା ଜଣାଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ । ବିଭିନ୍ନ ନୂଆ ରେଳ ପ୍ରକଳ୍ପ ପାଇଁ ୫୨ ହଜାର କୋଟି ଟଙ୍କା ଖର୍ଚ ହେବ । ଦୈନିକ ଓଡିଶାରେ ୪୭୩ କିଲୋମିଟର ରେଳ ଲାଇନ୍ କାର୍ୟ୍ୟ ହେଉଛି । ରାଜ୍ୟ ସରକାର ଜମି ଯୋଗାଇ ଦେଲେ ସେହି କାମ ଆହୁରି ତ୍ୱରାନ୍ୱିତ ହେବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି ।
Views: 107











