ମୟୂରଭଞ୍ଜ : ଟ୍ରାକରେ ପଡିଲା ଗଛ, ଅଟକିଲା ଟ୍ରେନ୍। ମୟୂରଭଞ୍ଜ ଜିଲ୍ଲା ବେତନଟି ଷ୍ଟେସନ ନିକଟ ରେଳ ଧାରଣା ଉପରେ ପଡିଲା ବିରାଟକାୟ ଶାଳଗଛ। ଅଧାବାଟରେ କେସିପୁର ଠାରେ ଅଟକିଲା ରୁପଷା-ବାଙ୍ଗିରିପୋଷି ମେମୁ ଟ୍ରେନ। ଗଛ ପଡ଼ିଯିବାରୁ ବିଦ୍ୟୁତ ତାର ମଧ୍ୟ ଛିଡିପଡିଲା। ଫଳରେ ଅଟକି ରହିଛି ରୁପଷା-ବାଙ୍ଗିରିପୋଷି ମେମୁ ଟ୍ରେନ୍। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ରେଳ ବିଭାଗ କର୍ମଚାରୀ ତଦନ୍ତ ଆରମ୍ଭ କରିଛନ୍ତି ।
Views: 113











