ରାଉରକେଲା : ସୀମାନ୍ତ ଝାଡଖଣ୍ଡରେ ନକ୍ସଲଙ୍କ ହିଂସାକାଣ୍ଡ । ମନୋହରପୁର ନିକଟ ବିରୁୱାରେ ରେଳ ଧାରଣା ଉଡାଇଲେ ନକ୍ସଲ । ବିଳମ୍ବିତ ରାତିରେ ରେଳ ଧାରଣା ଉଡାଇଲେ ନକ୍ସଲ । ଫଳରେ ହାୱଡ଼ା-ମୁମ୍ବାଇ ମେନ୍ ଲାଇନରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ବିଭିନ୍ନ ସ୍ଥାନରେ ଟ୍ରେନ ଅଟକି ରହିଛି।୨୦ରୁ ଅଧିକ ଟ୍ରେନ ଅଟକି ଥିବା ସୂଚନା । ମନୋହରପୁର, ଚକ୍ରଧରପୁର ଓ ରାଉରକେଲା ଷ୍ଟେସନରେ ଅଟକିଛି ଟ୍ରେନ । ଆଜି ନକ୍ସଲଙ୍କ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି ।
Views: 103











