ଠାଣେ : ଏକ ସ୍କୁଲରେ ୨ ଜଣ ଶିଶୁଙ୍କୁ ଯୌନ ନିର୍ୟାତନା ଦିଆଯାଇଥିବାର ଅଭିଯୋଗ। ମହାରାଷ୍ଟ୍ର ଠାଣେର ଘଟିଛି ଏଭଳି ଘଟଣା । ୪ ବର୍ଷର ୨ ଜଣ ଶିଶୁଙ୍କୁ ଜଣେ ସଫେଇ କର୍ମଚାରୀ ଯୌନ ନିର୍ୟାତନା ଦେବା ଅଭିଯୋଗକୁ ନେଇ ତୀବ୍ର ଉତ୍ତେଜନା ଦେଖା ଦେଇଛି। ହଜାର ହଜାର ଲୋକ ବଦଲାପୁର ରେଳଷ୍ଟେସନରେ ବିକ୍ଷୋଭ କରିବା ସହ ମୁମ୍ବାଇ ରେଳ ରୁଟକୁ ଅବରୋଧ କରିଛନ୍ତି। ଫଳରେ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଗତ ଅଗଷ୍ଟ ୧୬ ତାରିଖରେ ଜଣେ ୨୩ ବର୍ଷ ବୟସ୍କ ସଫେଇ କର୍ମଚାରୀ ୨ ଜଣ ବାଳିକାଙ୍କୁ ଟଏଲେଟ ଭିତରେ ଯୌନ ନିର୍ୟାତନା ଦେଇଥିବା ଅଭିଯୋଗ ପ୍ରକାଶ ପାଇଥିଲା। ସେହି କର୍ମଚାରୀଙ୍କ ବିରୋଧରେ ଏଫଆଇଆର ଦାୟର ପରେ ତାକୁ ଗିରଫ କରାଯାଇଥିଲା। ଏହି ଘଟଣାରେ ସ୍କୁଲ ପ୍ରଶାସନ ପକ୍ଷରୁ ପ୍ରିନ୍ସିପାଲଙ୍କୁ ସସପେଣ୍ଡ କରାଯାଇଥିବାବେଳେ ଶ୍ରେଣୀ ଶିକ୍ଷକଙ୍କୁ ବାହାର କରିଦିଆଯାଇଛି। ସ୍କୁଲରେ ଶିଶୁମାନେ ଅସୁରକ୍ଷିତ ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ । ସ୍କୁଲରେ ଲାଗିଥିବା ସିସିଟିଭି ଅକାମି ଥିବା ଜଣାପଡିଛି। ଘଟଣାର ତଦନ୍ତ ଲାଗି ଏସଆଇଟି ଗଠିତ ହୋଇଛି।
ରେଳଷ୍ଟେସନରେ ହଜାର ହଜାର ଲୋକଙ୍କ ବିକ୍ଷୋଭ, ଶିଶୁଙ୍କୁ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











