The Ultimate Managed Hosting Platform
ADVERTISEMENT

ରେଳଷ୍ଟେସନରେ ହଜାର ହଜାର ଲୋକଙ୍କ ବିକ୍ଷୋଭ, ଶିଶୁଙ୍କୁ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ

Facebook
Twitter
LinkedIn

ଠାଣେ : ଏକ ସ୍କୁଲରେ ୨ ଜଣ ଶିଶୁଙ୍କୁ ଯୌନ ନିର୍ୟାତନା ଦିଆଯାଇଥିବାର ଅଭିଯୋଗ। ମହାରାଷ୍ଟ୍ର ଠାଣେର ଘଟିଛି ଏଭଳି ଘଟଣା । ୪ ବର୍ଷର ୨ ଜଣ ଶିଶୁଙ୍କୁ ଜଣେ ସଫେଇ କର୍ମଚାରୀ ଯୌନ ନିର୍ୟାତନା ଦେବା ଅଭିଯୋଗକୁ ନେଇ ତୀବ୍ର ଉତ୍ତେଜନା ଦେଖା ଦେଇଛି। ହଜାର ହଜାର ଲୋକ ବଦଲାପୁର ରେଳଷ୍ଟେସନରେ ବିକ୍ଷୋଭ କରିବା ସହ ମୁମ୍ବାଇ ରେଳ ରୁଟକୁ ଅବରୋଧ କରିଛନ୍ତି। ଫଳରେ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଗତ ଅଗଷ୍ଟ ୧୬ ତାରିଖରେ ଜଣେ ୨୩ ବର୍ଷ ବୟସ୍କ ସଫେଇ କର୍ମଚାରୀ ୨ ଜଣ ବାଳିକାଙ୍କୁ ଟଏଲେଟ ଭିତରେ ଯୌନ ନିର୍ୟାତନା ଦେଇଥିବା ଅଭିଯୋଗ ପ୍ରକାଶ ପାଇଥିଲା। ସେହି କର୍ମଚାରୀଙ୍କ ବିରୋଧରେ ଏଫଆଇଆର ଦାୟର ପରେ ତାକୁ ଗିରଫ କରାଯାଇଥିଲା। ଏହି ଘଟଣାରେ ସ୍କୁଲ ପ୍ରଶାସନ ପକ୍ଷରୁ ପ୍ରିନ୍ସିପାଲଙ୍କୁ ସସପେଣ୍ଡ କରାଯାଇଥିବାବେଳେ ଶ୍ରେଣୀ ଶିକ୍ଷକଙ୍କୁ ବାହାର କରିଦିଆଯାଇଛି। ସ୍କୁଲରେ ଶିଶୁମାନେ ଅସୁରକ୍ଷିତ ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ । ସ୍କୁଲରେ ଲାଗିଥିବା ସିସିଟିଭି ଅକାମି ଥିବା ଜଣାପଡିଛି। ଘଟଣାର ତଦନ୍ତ ଲାଗି ଏସଆଇଟି ଗଠିତ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସାଙ୍ଗକୁ ବୀଭତ୍ସ ଆକ୍ରମଣ

ବ୍ରହ୍ମପୁରରେ ଏନକାଉଣ୍ଟର

ବ୍ରହ୍ମପୁର : ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ । କବିସୂର୍ଯ୍ୟନଗରର ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହକ ଆହତ । ପୀତାତଳି-ଚିକିଟି ଗୋଳନ୍ଥରା ପୋଲିସର ଏନକାଉ୍ଣ୍ଟର ।...

ADVERTISEMENT

Login