ନୂଆଦିଲ୍ଲୀ : ବାତ୍ୟା ରେମାଲର ତାଣ୍ଡବ । ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ଭାଙ୍ଗି ଯାଇଛି ଦେଢ ଲକ୍ଷରୁ ଉଦ୍ଧ୍ୱର୍ ଘର । ୩୫ ହଜାରରୁ ଅଧିକ ଘର ସମ୍ପୁର୍ଣ୍ଣ ନଷ୍ଟ । ୧୦ ଅନ୍ତର୍ଜାତୀୟ ଉଡାଣ ବାତିଲ । ପଶ୍ଚିମବଙ୍ଗରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଂଙ୍ଗଲାଦେଶରେ ୧୦ ଜଣଙ୍କ ଜୀବନ ଯାଇଛି । କୋଲକତାରେ ଜଣେ, ଦକ୍ଷିଣ ୨୪ ପ୍ରଗଣା ଜିଲାରେ ଦୁଇ ଜଣ ମହିଳା, ଉତର ୨୪ ପ୍ରଗଣାରେ ଜଣେ, ପୂର୍ବ ମେଦିନିପୁରରେ ବାପା ଓ ପୁଅଙ୍କର ମୃତ୍ୟୁ ହୋଇଛି । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ୧୧୦ରୁ ୧୩୫ କିଲୋମିଟର ବେଗରେ ପବନ ବହିଥିଲା । ଯେଉଁମାନେ ଏହି ସମୟରେ ବାହାରେ ଥିଲେ ଅବା ମାଟି ଘରେ ରହିଥିଲେ ସେମାନେ ପ୍ରଭାବିତ ହୋଇଛନ୍ତି । ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ରେମାଲ । ବାତ୍ୟା ପାଇଁ ୧୫ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି । ତେବେ ବାତ୍ୟା ଦୁର୍ବଳ ହେବା ପରେ କୋଲକାତା ବିମାନବନ୍ଦରରେ ବିମାନ ଚଳାଚଳ ସ୍ୱାଭାବିକ ହୋଇଛି ।
Views: 83











