The Ultimate Managed Hosting Platform
ADVERTISEMENT

ରେଣୁପଦାରେ କୃଷ୍ଣଙ୍କର ୩୪ ଅବତାର ବେଶ ଅନୁଷ୍ଠିତ

Facebook
Twitter
LinkedIn

ବସ୍ତା : ବସ୍ତା ବ୍ଲକ ମୁକୁଳୁସି ପଞ୍ଚାୟତ ରେଣୁପଦା ଗ୍ରାମରେ ପ୍ରଭୁ ଶ୍ରୀ କୃଷ୍ଣଙ୍କ ୩୪ ଅବତାର ବେଶ ମହା ଆଡମ୍ବରରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜଗନ୍ନାଥଙ୍କ ସୁନାବେଶ ସହିତ ପ୍ରଭୁ ଶ୍ରୀକୃଷ୍ଣଙ୍କ ମୀନ ଅବତାର, କଛପ ଅବତାର, ବରାହ ଅବତାର,ନୃସିଂହ ଅବତାର, ବାମନ ଅବତାର, ପର୍ଶୁରାମ ଅବତାର, ବୁଦ୍ଧ,ବଳରାମ,କୃଷ୍ଣ, କଳକୀ ଅବତାର ଭଳି ଭବ୍ୟ ଦୁର୍ଲଭ ଅବତାର ସ୍ଥାନିତ ହୋଇ ପୂଜା ପାଇଥିଲେ। ଯାହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ବେସ ଭିଡ଼ ଜମିଥିଲ। ଏହି ଅବସରରେ ପ୍ରତ୍ୟେକ ଦିନ ପୂଜା ଅର୍ଚ୍ଚନା, ଚଉଦ ମାଦଳ, ହରିନାମ ସଂକୀର୍ତ୍ତନ ସହିତ ପ୍ରବଚନ ସାଂସ୍କୃତିକ କାର୍ୟ୍ୟକ୍ରମ ହେଉଥିବାରୁ ଏକ ଆଧ୍ୟାତ୍ମିକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। କମିଟିର ବରିଷ୍ଠ ସଦସ୍ୟ ସୁଦର୍ଶନ ପ୍ରଧାନ, ରବୀନ୍ଦ୍ର କୁମାର ସିଂହ, ରାଧାଶ୍ୟାମ ଦାସ ଅଧିକାରୀ,ପରମାନନ୍ଦ ଦାସ ଅଧିକାରୀ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login