ବଣାଇ : ୨ ରେଞ୍ଜର ଓ ଜଣେ ଫରେଷ୍ଟର ଗ୍ରାମବାସୀଙ୍କ ଦ୍ୱାରା ଅଟକ । ୨ ଦନ୍ତାହାତୀଙ୍କ ଉତ୍ପାତରେ ଅତିଷ୍ଟ ହୋଇ ଅଟକ ରଖିଲେ ଗ୍ରାମବାସୀ । ରାସ୍ତା ଅବରୋଧ ବେଳେ ବୁଝାସୁଝା ପାଇଁ ଯାଇଥିବା ବେଳେ ଅଟକ । ଯାକେଇକେଲା ନିକଟରେ ରାସ୍ତା ଅବରୋଧ ସହ ଅଟକ ରଖିଲେ । ସୁନ୍ଦରଗଡର ସିଂଟୋଲା, ଦେଓଗାଁ, ଜୀବିକା, ତଳିତା, ନୂଆପାଲି, ବଣ୍ଡଡ଼ିହି ସମେତ ପ୍ରାୟ ୨୦ରୁ ୩୦ ଗାଁରେ ଦୁଇଟି ଦନ୍ତା ଚାରି ମାସ ହେଲାଣି ଚଳାଇଛନ୍ତି ଉତ୍ପାତ। ଗାଁରେ ଘର ଭାଙ୍ଗିବା ସହ ଧାନ ଖାଇ ଦେଉଛନ୍ତି । ଏପରିକି ଘରର ଆସବାବ ପତ୍ର ନଷ୍ଟ କରି ପନିପରିବା ନଷ୍ଟ କରୁଛନ୍ତି। ଫଳରେ ଉତ୍ତ୍ୟକ୍ତ ଲୋକେ ହାତୀକୁ ଘଉଡାଇବାକୁ ଦାବି କରିଛନ୍ତି। ବନ ବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହେଉରୁ ଅସନ୍ତୋଷ ପ୍ରକାଶ ପାଇଛି ।
Views: 94