ନୂଆଦିଲ୍ଲୀ : ରୁଷ ଲଗାଇଲା ପ୍ରତିବନ୍ଧକ । ନିଜ ନାଗରିକଙ୍କ ଉପରେ ରୁଷ ଲଗାଇଲା ପ୍ରତିବନ୍ଧକ । ରୁଷ ନିଜ ନାଗରିକମାନେ ବିଦେଶ ଯିବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛି । ଭ୍ଲାଦିମିର ପୁଟିନଙ୍କ ପ୍ରଶାସନ ଏକ ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ ଯେଉଁ ନାଗରିକ ମାନଙ୍କ ଉପରେ ବ୍ୟାନ ଲାଗିଛି ସେମାନଙ୍କୁ ସେମାନଙ୍କ ପାସପୋର୍ଟ ସମର୍ପଣ କରିବାକୁ ପଡ଼ିବ । ଏଥିପାଇଁ ପାଞ୍ଚ ଦିନ ସମୟ ଦିଆଯାଇଛି । ଆସନ୍ତା ବର୍ଷ ରୁଷରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ପୁଟିନ ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି । ବ୍ୟାନ ହେଇଥିବା ଲୋକଙ୍କ ପାସପୋର୍ଟକୁ ଭ୍ଲାଡିମିର୍ ପୁଟିନ୍ ପ୍ରଶାସନ ଜବତ ମଧ୍ୟ କରୁଛି । ସେମାନଙ୍କୁ ସେମାନଙ୍କର ପାସପୋର୍ଟକୁ ପାଞ୍ଚ ଦିନ ମଧ୍ୟରେ ସରକାରଙ୍କ ନିକଟରେ ସମର୍ପଣ କରିବାକୁ ପଡ଼ିବ । ଆସନ୍ତା ବର୍ଷ ରୁଷରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଭ୍ଲାଡିମିର୍ ପୁଟିନ୍ ପଞ୍ଚମ ଥର ପାଇଁ କ୍ଷମତା ଦୌଡ଼ରେ ଅଛନ୍ତି । ପ୍ରତିପକ୍ଷଙ୍କ ସ୍ୱରକୁ ଦମନ କରିବା ପାଇଁ ପୁଟିନ ପ୍ରସିଦ୍ଧ ଏବଂ ସବୁ ସମୟରେ ତାଙ୍କ ଉପରେ, ତାଙ୍କ ପ୍ରତିପକ୍ଷଙ୍କୁ ଦମନ କରିବାକୁ ଅଭିଯୋଗ ହୋଇଥାଏ ।
ରୁଷର ପ୍ରତିବନ୍ଧକ , ନିର୍ବାଚନ ପୂର୍ବରୁ ଦେଶ ଛାଡି ଯାଇ ପାରିବେ ନାହିଁ ନାଗରିକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











