The Ultimate Managed Hosting Platform
ADVERTISEMENT

ରିଲିଜ୍ ପୂର୍ବରୁ ୧୦୦କୋଟି ରୋଜଗାର କଲାଣି ‘ପଠାନ’

Facebook
Twitter
LinkedIn

କିଙ୍ଗ୍ ଖାନ୍ ଶାହାରୁଖ ଙ୍କ ଶେଷ ଚଳଚ୍ଚିତ୍ର ଥିଲା ‘ଜିରୋ’। ୨୦୧୮ ମସିହାରେ ଡିସେମ୍ବର ୧୮ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ବକ୍ସ ଅଫିସରେ ଉଠିପାରି ନଥିଲା। ଏହା ପରେ, ଶାହାରୁଖ ଖାନଙ୍କ ଭାଗ୍ୟ ଆକାଶରେ କରୋନା ଏବଂ ବିବାଦର ଗ୍ରହଣ ଲାଗିଗଲା ଆଉ ଏହାରି ଭିତରେ ୪ ବର୍ଷ ବିତିଗଲା। ଏବେ ଶାହରୁଖ ପୁଣି ପରଦାକୁ ଫେରିବାକୁ ଯାଉଛନ୍ତି। ତାଙ୍କ ଫିଲ୍ମ ‘ପଠାନ’ ୨୫ ଜାନୁୟାରୀ ୨୦୨୩ରେ ମୁକ୍ତିଲାଭ କରିବାକୁ ଯାଉଛି।

ନିକଟରେ ପଠାନର ‘ବେଶରମ୍‌ ରଙ୍ଗ୍‌’ ଗୀତ ରିଲିଜ୍‌ ହେବା ମାତ୍ରେ ଶାହାରୁଖ ବିରୋଧର ଶିକାର ହୋଇଥିଲେ। ଏହି ଗୀତରେ ଦୀପିକାଙ୍କ ବିକିନି ଠାରୁ ଆରମ୍ଭ କରି ଶାହାରୁଖଙ୍କ ଡ୍ୟାନ୍ସ ମୁଭ୍ସ ପର୍ଯ୍ୟନ୍ତ ସେ ପ୍ରଶ୍ନ ପ୍ରଶ୍ନ ବାଣର ଶିକାର ହେଉଥିବା ଦେଖାଯାଆନ୍ତି। ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମ ରିଲିଜ ହେବା ପୂର୍ବରୁ ତାଙ୍କୁ ଲୋକମାନଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଛି।

ସୋସିଆଲ ମିଡିଆ ରେ ସୃଷ୍ଟି ହୋଇଥିବା ବିରୋଧର ଝଡ଼ ମଧ୍ୟରେ ‘ପଠାନ’ ସ୍ଥିତିକୁ ନେଇ ପ୍ରଶ୍ନବାଚୀ ରହିଛି। କିନ୍ତୁ ଆରମ୍ଭରୁ ବିପର୍ଯ୍ୟୟ ପରି ଦେଖାଯାଉଥିବା ଏହି ବିରୋଧ ଶାହରୁଖ ଖାନଙ୍କ ପାଇଁ ଏକ ସୁଯୋଗ ବୋଲି ପ୍ରମାଣିତ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login