ରାୟଗଡା : ରାୟଗଡା ବ୍ଲକର ତାଡମା ଗ୍ରାମପଞ୍ଚାୟତ ସ୍ଥିତ ଆଦର୍ଶ ବିଦ୍ୟାଳୟର ଦ୍ଵିତୀୟ ବର୍ଷୀୟ ଉତ୍କର୍ଷ ୨.୦ ନାମରେ ରଙ୍ଗାରଙ୍ଗ ଉତ୍ସବରେ ପାଳିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମର ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ବ୍ଲକ ଶିକ୍ଷା ଅଧିକାରୀ ସୁଦୀପ୍ତ ଦାସ , ଓଡ଼ିଶା ଦ୍ଵିତୀୟ ବାଟାଲିୟନ ବାଳିକା ସମର ଶିକ୍ଷା ବାହିନୀର ସୁବେଦାର ମେଜର ଶାନ୍ତନୁ କୁମାର ଜେନା, ସୁବେଦର୍ ଜସବିର ସିଂହ, ହବିଲଦାର ସିଦ୍ ଲିଙ୍ଗା ଅନ୍ୟ ପ୍ରମଖୁ ବ୍ୟକ୍ତି ମାନେ ରଙ୍ଗାରଙ୍ଗ ସମାରୋହରେ ଯୋଗ ଦେଇ ଥିଲେ । ବିଦ୍ୟାଳୟ ଛାତ୍ର ଓ ଛାତ୍ରୀ ମାନେ ଉପସ୍ଥାପନା, ପାରମ୍ପରିକ ଓଡ଼ିଶୀ, ବେଙ୍ଗଲି, ପଞ୍ଜାବୀ, ସମ୍ବଲପୁରୀ ନାଚ ଗୀତରେ ଇତ୍ୟାଦି ସଙ୍ଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକ ମୋନମୋହିତ କରିଥିଲେ। ଯୋଗ୍ୟ ଛାତ୍ର ଓ ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନେ ମଧ୍ୟ ରଙ୍ଗାରଙ୍ଗ କାର୍ୟ୍ୟକ୍ରମରେ ଉପସ୍ଥିତ ରହି ଆନନ୍ଦ ଉପଭୋଗ କରିଥିଲେ।
Views: 69