ନୂଆଦିଲ୍ଲୀ : ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା । ଭାରତ ଯୋଡୋ ଯାତ୍ରା ବେଳେ ସେନାକୁ ନେଇ ମନ୍ତବ୍ୟ ପାଇଁ ଭର୍ତ୍ସନା । ଭାରତୀୟ ସେନାଙ୍କୁ ଚୀନ ସେନାର ପିଟିବା ମନ୍ତବ୍ୟ ପାଇଁ କଡା ଭର୍ତ୍ସନା । ଯଦି ଆପଣ ପ୍ରକୃତ ଭାରତୀୟ ହୋଇଥିବେ ଏଭଳି ମନ୍ତବ୍ୟ ଦିଅନ୍ତୁନି । ଆପଣ ବିରୋଧୀ ଦଳ ନେତା, ସଂସଦରେ କୁହନ୍ତୁ ସୋସିଆଲ ମିଡିଆରେ ନୁହେଁ । ଚୀନ ୨୦୦୦ ବର୍ଗକିମି ଅକ୍ତିଆର କରିଛି ବୋଲି କେମିତି ଜାଣିଲେ ପଚାରିଲେ । ମାନହାନୀ ମକଦ୍ଦମା ନେଇ ତଳ କୋର୍ଟର ଶୁଣାଣି ଉପରେ ରହିତାଦେଶ । ରାହୁଲ ଗାନ୍ଧିଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ପ୍ରଥମେ ଯୁକ୍ତି ଦେଇଥିଲେ ଯେ, ଯଦି ଜଣେ ବିରୋଧୀ ନେତା ପ୍ରସଙ୍ଗ ଉଠାଇ ପାରିବେ ନାହିଁ, ତେବେ ଏହା ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ହେବ । ଯଦି ସେ ପ୍ରେସରେ ପ୍ରକାଶିତ ଏହି କଥା କହିପାରିବେ ନାହିଁ, ତେବେ ସେ ବିରୋଧୀ ଦଳ ନେତା ହୋଇପାରିବେ ନାହିଁ । ଏହା ଉପରେ ଜଷ୍ଟିସ୍ ଦତ୍ତା ପଚାରିଲେ, ‘ଆପଣ ସଂସଦରେ ଯାହା କହିବାକୁ ଚାହୁଁଛନ୍ତି ତାହା କାହିଁକି କହୁନାହାଁନ୍ତି ? ସୋସିଆଲ ମିଡିଆ ପୋଷ୍ଟରେ ଆପଣଙ୍କୁ ଏହା କାହିଁକି କହିବାକୁ ପଡିବ ?’
୨୦୨୩ରେ ଭାରତ ଯୋଡ଼ୋ ଯାତ୍ରା ବେଳେ ରାହୁଲ କହିଥିଲେ, ଭାରତର ୨ହଜାର ବର୍ଗ କିଲୋମିଟର ଅଞ୍ଚଳ ମାଡ଼ି ବସିଛି ଚୀନ । ତାଙ୍କୁ ଏକଥା ଜଣେ ପୂର୍ବତନ ଆର୍ମୀ ଅଫିସର କହିଥିବା ରାହୁଲ ଦାବି କରିଥିଲେ । ତାଙ୍କ ବିବୃତ୍ତି ରାଜନୈତିକ ହଇଚଇ ସୃଷ୍ଟି କରିଥିଲା ଏବଂ ତାଙ୍କ ବିରୁଦ୍ଧରେ ମାନହାନି ମାମଲା ଦାୟର ହୋଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ରାହୁଲ ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଥିଲେ ।
ରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











