ନୂଆଦିଲ୍ଲୀ : ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା । ଭାରତ ଯୋଡୋ ଯାତ୍ରା ବେଳେ ସେନାକୁ ନେଇ ମନ୍ତବ୍ୟ ପାଇଁ ଭର୍ତ୍ସନା । ଭାରତୀୟ ସେନାଙ୍କୁ ଚୀନ ସେନାର ପିଟିବା ମନ୍ତବ୍ୟ ପାଇଁ କଡା ଭର୍ତ୍ସନା । ଯଦି ଆପଣ ପ୍ରକୃତ ଭାରତୀୟ ହୋଇଥିବେ ଏଭଳି ମନ୍ତବ୍ୟ ଦିଅନ୍ତୁନି । ଆପଣ ବିରୋଧୀ ଦଳ ନେତା, ସଂସଦରେ କୁହନ୍ତୁ ସୋସିଆଲ ମିଡିଆରେ ନୁହେଁ । ଚୀନ ୨୦୦୦ ବର୍ଗକିମି ଅକ୍ତିଆର କରିଛି ବୋଲି କେମିତି ଜାଣିଲେ ପଚାରିଲେ । ମାନହାନୀ ମକଦ୍ଦମା ନେଇ ତଳ କୋର୍ଟର ଶୁଣାଣି ଉପରେ ରହିତାଦେଶ । ରାହୁଲ ଗାନ୍ଧିଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ପ୍ରଥମେ ଯୁକ୍ତି ଦେଇଥିଲେ ଯେ, ଯଦି ଜଣେ ବିରୋଧୀ ନେତା ପ୍ରସଙ୍ଗ ଉଠାଇ ପାରିବେ ନାହିଁ, ତେବେ ଏହା ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ହେବ । ଯଦି ସେ ପ୍ରେସରେ ପ୍ରକାଶିତ ଏହି କଥା କହିପାରିବେ ନାହିଁ, ତେବେ ସେ ବିରୋଧୀ ଦଳ ନେତା ହୋଇପାରିବେ ନାହିଁ । ଏହା ଉପରେ ଜଷ୍ଟିସ୍ ଦତ୍ତା ପଚାରିଲେ, ‘ଆପଣ ସଂସଦରେ ଯାହା କହିବାକୁ ଚାହୁଁଛନ୍ତି ତାହା କାହିଁକି କହୁନାହାଁନ୍ତି ? ସୋସିଆଲ ମିଡିଆ ପୋଷ୍ଟରେ ଆପଣଙ୍କୁ ଏହା କାହିଁକି କହିବାକୁ ପଡିବ ?’
୨୦୨୩ରେ ଭାରତ ଯୋଡ଼ୋ ଯାତ୍ରା ବେଳେ ରାହୁଲ କହିଥିଲେ, ଭାରତର ୨ହଜାର ବର୍ଗ କିଲୋମିଟର ଅଞ୍ଚଳ ମାଡ଼ି ବସିଛି ଚୀନ । ତାଙ୍କୁ ଏକଥା ଜଣେ ପୂର୍ବତନ ଆର୍ମୀ ଅଫିସର କହିଥିବା ରାହୁଲ ଦାବି କରିଥିଲେ । ତାଙ୍କ ବିବୃତ୍ତି ରାଜନୈତିକ ହଇଚଇ ସୃଷ୍ଟି କରିଥିଲା ଏବଂ ତାଙ୍କ ବିରୁଦ୍ଧରେ ମାନହାନି ମାମଲା ଦାୟର ହୋଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ରାହୁଲ ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଥିଲେ ।
ରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

Facebook
Twitter
LinkedIn
Facebook
Twitter
LinkedIn
Recent News
ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ
ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...
ଶିଶୁ କନ୍ୟାକୁ ଅସଦାଚରଣ !
ଯାଜପୁର : ୪ ବର୍ଷର ଶିଶୁକନ୍ୟାକୁ ଅସଦାଚରଣ ଅଭିଯୋଗ । ବନ୍ଧୁ ଘରକୁ ଆସିଥିବା ଯୁବକଙ୍କ ନାଁରେ ଟାଉନ ଥାନାରେ ଅଭିଯୋଗ । ଅଭିଯୁକ୍ତ ଯୁବକ ଅଟକ...
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ
ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...
ଓଭାଲ ଟେଷ୍ଟରେ ଭାରତର ବଡ ବିଜୟ
ନୂଆଦିଲ୍ଲୀ : ଓଭାଲ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତର ବଡ ବିଜୟ । ଆଟକିନସନଙ୍କୁ ବୋଲ୍ଡ କରି ବିଜୟ ଆଣିଲେ ସିରାଜ । ମାତ୍ର ୬ ରନରେ...