The Ultimate Managed Hosting Platform
ADVERTISEMENT

ରାସ୍ତା କଡରୁ ପିଅନଙ୍କ ମୃତଦେହ ଉଦ୍ଧାର

Facebook
Twitter
LinkedIn

ଦେବଗଡ : ରାସ୍ତା କଡରୁ ପିଅନଙ୍କ ମୃତଦେହ ଉଦ୍ଧାର । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଦଣ୍ଡାସିଂହା – ମହୁଲନାଲି ରାସ୍ତା କଡ଼ରୁ ବାରକୋଟ ଯୁକ୍ତ ୨ ମହା ବିଦ୍ୟାଳୟରେ କାର୍ୟ୍ୟରତ ପିଅନଙ୍କ ମୃତଦେହ ଠାବ ହୋଇଛି। ମୃତକ ହେଲେ ମିଲୁ ଚରଣ ବେହେରା। ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରାଥମିକ ତଦନ୍ତ ପରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଓ ସନ୍ଧନୀ କୁକୁର ସହାୟତାରେ ବାରକୋଟ ଥାନା ପୁଲିସର ତଦନ୍ତ ଆରମ୍ଭ କରିଛି କ୍ଷ ଗତକାଲି ରାତିରେ ବାଲିରୋଇ ସ୍ଥିତ ନିଜ ଘରୁ ରେଙ୍ଗାଳବାହାଳ ଗାଁରେ ରହୁଥିବା ନିଜ ପରିବାର ପାଖକୁ ବାହାରିଥିଲେ। ଆଜି ସକାଳ ପର୍ୟ୍ୟନ୍ତ ପହଞ୍ଚିନଥିଲେ ମିଲୁ କ୍ଷ ଆଜି ସକାଳୁ ଦଣ୍ଡାସିଂହା – ମହୁଲନାଳୀ ରାସ୍ତାକଡରୁ ଉଦ୍ଧାର ହୋଇଛି ମିଲୁଙ୍କର ମୃତଦେହ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login