The Ultimate Managed Hosting Platform
ADVERTISEMENT

ରାସ୍ତା ଉପରେ ହୁ ହୁ ହୋଇ ଜଳିଲା ବାଇକ

Facebook
Twitter
LinkedIn

ପାଟଣାଗଡ : ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳୁଛି ବାଇକ୍ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ମୁଖ୍ୟରାସ୍ତା ଏନଏସି ଛକ ନିକଟରେ ରାସ୍ତା ଉପରେ ଘଟିଛି ଏହି ଅଘଟଣ । କିନ୍ତୁ ଏଭଳି ଅଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଚାଳକ । ସୂଚନା ମୁତାବକ ସୁବୋଧ ବକୁଳ ନାମକ ଜଣେ ବ୍ୟାଙ୍କ କର୍ମଚାରୀ ରାସ୍ତାରେ ବାଇକରେ ଯାଉଥିବା ବେଳେ ବାଇକରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ନିଆଁ ଦେଖି ବାଇକରୁ ଓଲ୍ହାଇ ଦୌଡ଼ି ପଳାଇ ଯାଇଥିଲେ ସୁବୋଧ । ଆଉ ତୁରନ୍ତ ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବାଇକଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବାଇକ ରାସ୍ତାରେ ହୁହୁ ହୋଇ ଜଳୁଥିବା ଫଳରେ ଉକ୍ତ ସ୍ଥାନରେ ରାସ୍ତା ଜାମ ଦେଖିବାକୁ ମିଳିଥିଲା । ପାଟଣାଗଡ଼ ପୋଲିସ ପହଞ୍ଚି ରାସ୍ତା ଖାଲି କରିବା ସହିତ ବାଇକ ପୋଡିର ଅଧିକ ତଦନ୍ତ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login