ଯାଜପୁର: ଆଜି ରାଷ୍ଟ୍ରୀୟ ମାତଦାତା ଦିବସ । ସାରା ଭାରତରେ ଚାଲିଛି ନବମତଦାତା ସମ୍ମିଳନୀ । ଏଥିରେ ଯୋଗଦେଇଛନ୍ତି ଲକ୍ଷ ଲକ୍ଷ ନବମତଦାତା । ଭିଡିଓ କନଫରନେସ ମାଧ୍ୟମରେ ଲକ୍ଷ ଲକ୍ଷ ନବ ମାତାଦାତାଙ୍କୁ ଦେଲେ ଗୁରୁମନ୍ତ୍ର । ଭାରତର ବିକାଶ ଧାରାକୁ ଆଗେଇନେବାକୁ ହେଲେ ମୋଦିଙ୍କ ସୁଶାସନକୁ ଆଗେଇନେବାକୁ ଜୀବନର ପ୍ରଥମ ଭୋଟ ମୋଦିଙ୍କୁ ଦେବାକୁ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା କହିଥିଲେ । ଏହି କ୍ରମରେ ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅଚ୍ୟୁତପୁର ଖେଳପଡ଼ିଆ ରେ ନିର୍ବାଚନ ମଣ୍ଡଳୀର ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍ମୃତିରେଖା ପହିଙ୍କ ନେତୃତ୍ୱ ରେ ନିର୍ବାଚନ ମଣ୍ଡଳୀର ô୪ପଂଚାୟତ ରୁ ନବ ମତଦାତା ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଦେଖିଥିଲେ ।
Views: 101