ଅଯୋଧ୍ୟା : ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକଙ୍କ ପରଲୋକ । ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ । ୮୫ବର୍ଷ ବୟସରେ ନିଧନ ହୋଇଥିବା ସୂଚନା ରହିଛି । ବ୍ରେନ ଷ୍ଟ୍ରୋକ ପରେ ଫେବ୍ରୁଆରୀ ୩ ତାରିଖରୁ ଲକ୍ଷ୍ନୌ ପିଜିଆଇ ହସ୍ପିଟାଲରେ ସତ୍ୟେନ୍ଦ୍ରଙ୍କ ଚିକିତ୍ସା ଚାଲିଥିଲା । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ତାଙ୍କୁ ନ୍ୟୁରୋଲୋଜି ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କ ବିୟୋଗରେ ଉତ୍ତରପ୍ରଦେଶ ସରକାର ଶୋକ ବ୍ୟକ୍ତ କରିଛନ୍ତି । ହସପିଟାଲ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି କି, ଅଯୋଧ୍ୟା ରାମମନ୍ଦିରର ମୁଖ୍ୟ ପୂଜାରୀ ଶ୍ରୀ ସତ୍ୟେନ୍ଦ୍ର ଦାସ ଆଉ ନାହାନ୍ତି । ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଚାର୍ୟ୍ୟ ସତ୍ୟେନ୍ଦ୍ର ନାଥଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ପରମ ରାମଭକ୍ତ, ଶ୍ରୀ ରାମ ଜନ୍ମଭୂମି ମନ୍ଦିରର, ଶ୍ରୀ ଅଯୋଧ୍ୟା ଧାମର ମୁଖ୍ୟ ପୂଜାରୀ ଆଚାର୍ୟ୍ୟ ଶ୍ରୀ ସତ୍ୟେନ୍ଦ୍ର କୁମାର ଦାସଜୀ ମହାରାଜଙ୍କ ନିଧନରେ ଅତ୍ୟନ୍ତ ଦୁଃଖିତ ଏବଂ ସାମାଜିକ ଏବଂ ଆଧ୍ୟାତ୍ମିକ ଜଗତ ପାଇଁ ଅପୂରଣୀୟ କ୍ଷତି । ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ।
ରାମ ମନ୍ଦିରର ମୁଖ୍ୟ ପୂଜକଙ୍କ ପରଲୋକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











