The Ultimate Managed Hosting Platform
ADVERTISEMENT

ରାମ ମନ୍ଦିରକୁ ପରିବା ବିକାଳିଙ୍କ ଉପହାର , ୯ ଦେଶର ସମୟ ଦେଖାଇବ ଏହି ବିଶ୍ୱ ଘଣ୍ଟା

Facebook
Twitter
LinkedIn

ଅଯୋଧ୍ୟା: ରାମ ମନ୍ଦିରକୁ ପରିବା ବିକାଳିଙ୍କ ଉପହାର । ଲକ୍ଷ୍ନୌରେ ଏକ ପରିବା ବିକାଳୀ ଅନିଲ କୁମାର ସାହୁ ରାମ ମନ୍ଦିର ପାଇଁ ଏକ ସ୍ୱତନ୍ତ୍ର ଘଣ୍ଟା ପ୍ରସ୍ତୁତ କରିଥିଲେ । ଗତ ୨୫ ତାରିଖ ଦିନ ସେ ଅଯୋଧ୍ୟା ରାମ ମନ୍ଦିର ପାଇଁ ଏକ ବିଶ୍ୱ ଘଣ୍ଟା ପ୍ରଦାନ କରିଛନ୍ତି । ଏହି ଘଣ୍ଟାରେ ପେଣ୍ଟେଡ ରହିଥିବା ବେଳେ ଏକା ସାଙ୍ଗରେ ନଅଟି ଦେଶରେ ସମୟ ଦେଖାଇ ପାରିବ । ତେବେ ଏହି ଘଣ୍ଟାଟି ମନ୍ଦିର ପରିସରରେ ଲଗାଯିବ। ପ୍ରଭୁ ଶ୍ରୀ ରାମ ନଗରୀ ଅଯୋଧ୍ୟାରେ ଭବ୍ୟ ମନ୍ଦିରର ନିର୍ମାଣ କାର୍ୟ୍ୟ ଦ୍ରୁତ ଗତିରେ ଶେଷ ହେଉଛି । ଆସନ୍ତା ମାସ ୨୨ ତାରିଖରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭ ଉଦ୍ଘାଟନ କରିବେ । ରାମ ମନ୍ଦିରର ଶୁଭ ଉଦଘାଟନ ପୂର୍ବରୁ ସାରା ବିଶ୍ୱରେ ରାମ ଭକ୍ତଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ସମସ୍ତେ ନିଜ ନିଜ ପକ୍ଷରୁ ପ୍ରଭୁ ଶ୍ରୀ ରାମ ମନ୍ଦିରକୁ କିଛି ଉପହାର ଦେବାକୁ ଚେଷ୍ଟା କରୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login