The Ultimate Managed Hosting Platform
ADVERTISEMENT

ରାତି ୧୦ରୁ କାଲି ଦିନ ୨ ଯାଏଁ ଦର୍ଶନ ବନ୍ଦ

Facebook
Twitter
LinkedIn

ପୁରୀ : ଆଜି ରାତି ୧୦ରୁ କାଲି ଦିନ ୨ ଯାଏଁ ଦର୍ଶନ ବନ୍ଦ । ସ୍ନାନପୂର୍ଣ୍ଣିମା ନୀତିକୁ ନେଇ ଆରମ୍ଭ ହେଲା ପ୍ରସ୍ତୁତି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା । ହାପ୍ରଭୁଙ୍କ ପବିତ୍ର ସ୍ନାନ ଯାତ୍ରା ଉଦ୍ଦେଶ୍ୟରେ ଚାରମାଳ ବନ୍ଧା ତଥା ସେନାପଟା ଲାଗି ନୀତି ଆଜି ଅନୁଷ୍ଠିତ ହେବ । ଆଜି ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ତିଥିରେ ଆଜି ରାତି ୧୦ଟାରୁ ଆସନ୍ତାକାଲି ( ଶନିବାର) ଅପରାହ୍ନ ୨ଟା ପର୍ୟ୍ୟନ୍ତ ଶ୍ରୀ ବିଗ୍ରହମାନଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅନ୍ୟପଟେ, ଦେବସ୍ନାନ ପୂର୍ଣ୍ଣିମାକୁ ଆଖି ଆଗରେ ରଖି ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଛି। ଭିଡ଼କୁ ନଜରରେ ରଖି ଚଳିତବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ୭୫ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ ହେବେ। ଏହି ପୁଲିସ ଫୋର୍ସଙ୍କୁ ବରିଷ୍ଠ ପୁଲିସ ଅଧିକାରୀମାନେ ନିୟନ୍ତ୍ରଣ କରିବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login