ଭୁବନେଶ୍ୱର : ରାତିରେ ଗାଡି ଚଳାଉଥିବା ଡ୍ରାଇଭରଙ୍କୁ ମିଳିବ ମାଗଣା ଚା । ରାସ୍ତାକଡରେ ଥିବା ଢାବା, ହୋଟେଲ ଡ୍ରାଇଭରଙ୍କୁ ଚା ଦେବେ । ମାଗଣାରେ ଡ୍ରାଇଭରଙ୍କୁ ଚା ଦିଆଯିବ , ପଇସା ଦେବେ ସରକାର । ଚା ପିଇବା ସହ ଡ୍ରାଇଭର ମାନେ ଉକ୍ତ ଢାବାରେ ବିଶ୍ରାମ ନେଇପାରିବେ । ଏ ନେଇ ପରିବହନ ପକ୍ଷରୁ ନିଦେ୍ର୍ଦଶ ଜାରି ହୋଇଛି । ତେବେ ଜାତୀୟ ରାଜପଥରେ ଥିବା କେଉଁ କେଉଁ ହୋଟେଲ ଏବଂ ଢାବାରେ ଡ୍ରାଇଭରଙ୍କ ପାଇଁ ମାଗଣା ଚା’ ଉପଲବ୍ଧ ରହିବ ସେ ନେଇ ଜିଲ୍ଲାପାଳ ହୋଟେଲ ଏବଂ ଢାବା ଚିହ୍ନଟ କରିବେ ବୋଲି କୁହାଯାଇଛି । ରାତିରେ ଅଧିକାଂଶ ସମୟରେ ନିଦ ଆସିବା କାରଣରୁ ଦୁର୍ଘଟଣା ଘଟିଥାଏ । ଭାରିଯାନ ଚାଳକମାନେ ଅନିଦ୍ରା ରହିଥିବା କାରଣରୁ ଏହି ଦୁର୍ଘଟଣା ଘଟିଥାଏ । ତେଣୁ ଦୁର୍ଘଟଣା ସମସ୍ୟାକୁ ଏଡାଇବାକୁ ଯାଇ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।
Views: 58