The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କୁ ଦାମୀ ହାର ଉପହାର ଦେଇଥିଲେ ହାଇଦ୍ରାବାଦ ନିଜାମ୍ : ଲାଗିଥିଲା ୩୦୦ ହୀରା

Facebook
Twitter
LinkedIn

ବ୍ରିଟେନରେ ସର୍ବାଧିକ ସମୟ ଧରି ରାଜ୍ କରୁଥିବା ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ ଘଟିଛି । ସେ ୯୬ ବର୍ଷରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ରାଣୀ ଏକ ସମ୍ଭ୍ରାନ୍ତ ଜୀବନ ବଞ୍ଚୁଥିଲେ । ତାଙ୍କୁ ଫ୍ୟାଶନ୍ ଆଉକନ୍ ମଧ୍ୟ କୁହାଯାଉଥିଲା । କାରଣ ସେ ବିଶ୍ୱର କିଛି ସବୁଠୁ ଦାମୀ ଅଳଙ୍କାରର ମାଲିକାଣୀ ଥିଲେ । ରାଣୀଙ୍କ ପାଖରେ ଏକ ହାର ଥିଲା । ଯାହା ତାଙ୍କୁ ହାଇଦ୍ରାବାଦର ନିଜାମ ଉପହାର ସ୍ୱରୂପ ପ୍ରଦାନ କରିଥିଲେ ।

ଏହି ହାର କୌଣସି ସାଧାରଣ ହାର ନଥିଲା । ଏଥିରେ ୩୦୦ ହୀରା ଲାଗିଥିଲା । ଯାହାର ଦାମ୍ ଆଜିକା ସମୟରେ ୭ ଅରବ ଡଲାରରୁ ଅଧିକ ହେବ ।

୧୯୪୭ର ଘଟଣା

୧୯୪୭ରେ ଏଲିଜାବେଥ୍ ଦ୍ୱିତୀୟ ବିବାହ ପରେ ଭାରତ ଗସ୍ତରେ ଆସିଥିଲେ । ସେହି ସମୟରେ ହାଇଦ୍ରାବାଦର ନିଜାମ ଥିଲେ ଉସମାନ୍ ଅଲ୍ଲୀ ଖାନ୍ ଓରଫ ଆସଫ ଜାହ । ନିଜାମ ସେହି ସମୟରେ ବିଶ୍ୱର ସବୁଠୁ ଧନିମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ତାଙ୍କ ପାଖରେ ଅଚାଳଚଳ ସମ୍ପତ୍ତି ଥିଲା । ଏପରିକି ୧୯୩୭ରେ ଟାଇମ୍ସ ପତ୍ରିକା ନିଜାମଙ୍କୁ ବିଶ୍ୱର ସବୁଠୁ ଧନି ବୋଲି କହିଥିଲା ।

ରାଣୀ ୧୯୪୭ରେ ହାଇଦ୍ରାବାଦ ଗସ୍ତ ବେଳେ ନିଜାମ ତାଙ୍କୁ ନିମନ୍ତ୍ରଣ କରିଥିଲେ । ଏପରିକି ବିବାହ ପାଇଁ ଉପହାର ଦେବାକୁ କହିଥିଲେ । ଏହାପରେ ସେ ରାଣୀଙ୍କୁ ନିଜ ପାଖରେ ରଖିଥିବା ଅଳଙ୍କାର କୋଠରୀକୁ ନେଇ ଯାହା ଇଚ୍ଛା ନେଇପାରିବ ବୋଲି କହିଥିଲେ । ରାଣୀ ପ୍ଲାଟିନମର ଏକ ହାର ଧରିଥିଲେ । ଯେଉଁଥିରେ ୩୦୦ ହୀରା ଲାଗିଥିଲା । ଏହାକୁ ନିଜାମ ରାଣୀଙ୍କୁ ପ୍ରଦାନ କରିଥିଲେ ।

ସବୁ କାର୍ଯ୍ୟକ୍ରମରେ ସେ ପିନ୍ଧୁଥିଲେ ଏହି ହାର

ରାଣୀ ଏଲିଜାବେଥ୍ ଦ୍ୱିତୀୟ ଅନେକ ସମୟରେ ଏହି ହାର ପରିଧାନ କରୁଥିଲେ । ବଡ ବଡ କାର୍ଯ୍ୟକ୍ରମରେ ସେ ଏହାରୁ ପରିଧାନ କରୁଥିଲେ । ସେ ଏହାକୁ ଏକଦା ଡଚ୍ ଅଫ୍ କେମ୍ବ୍ରିଜ୍ କ୍ୟାଟ୍ ମିଡଲଟନଙ୍କୁ ପ୍ରଦାନ କରିଥିଲେ । କ୍ୟାଟ୍ ମଧ୍ୟ ଏହାକୁ ଅନେକ ସମୟରେ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।  

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login