The Ultimate Managed Hosting Platform
ADVERTISEMENT

ରାଜ୍ୟର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ । ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅଧୀନସ୍ଥ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ଗତ ଦୁଇଦିନ ହେଲା ଜଳୁଛି ଜଙ୍ଗଲ । ବ୍ୟାପକ ବୃକ୍ଷ ନଷ୍ଟ ହୋଇଗଲାଣି । ଜଙ୍ଗଲରେ ନିଆଁ ଲାଗିବା ହେତୁ ଆଖପାଖ ଅଞ୍ଚଳରେ ତାତି ଅନୁଭୁତ ହେଉଛି। ନିଆଁ ଲିଭା କାର୍ୟ୍ୟରେ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଏବଂ ବାଙ୍କୀ ରେଞ୍ଜର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଏବେ ଠାରୁ ଜଙ୍ଗଲରେ ନିଆଁର ପ୍ରକୋପ ଦେଖା ଦେଇଛି । ବିଭାଗ ତରଫରୁ ନିଆଁ ଲିଭାଇବା ଲାଗି ଫାୟାର ସ୍କ୍ବାଡ଼,ବନ ବିଭଗ କର୍ମଚାରୀ ନିଆଁକୁ ଲିଭାଇବା ଲାଗି ଚେଷ୍ଟା ଜାରି ରଖିଛନ୍ତି । ସେପଟେ ରେଢାଖୋଲ ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି । ହୁତୁ ହୁତୁ ହୋଇ ଜଳୁଛି । ଲଣ୍ଡାକୋଟ, ହାତୀଧରା, ଖୋଲଗଡ, ରାଇଲ, ସୁହାଣୀ,ଟାଲ ସଂରକ୍ଷିତ ଜଙ୍ଗଲର ବିଭିନ୍ନ ପାହାଡରେ ନିଆଁ ଲାଗିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login