ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଶୀତକୁ ଘର କୁହୁଡି । ଅସ୍ତବ୍ୟସ୍ତ ହେଲେଣି ଲୋକେ । ସକାଳୁ କୁହୁଡି ପାଇଁ ଗାଡି ଚଳାଚଳ ବି ବାଧାପ୍ରାପ୍ତ ହେଉଛି । ଉପକୂଳ ଅପେକ୍ଷା ଆଭ୍ୟନ୍ତରରେ ଅପେକ୍ଷାକୃତ ଶୀତର ପ୍ରଭାବ ଅଧିକ ରହିଛି । ଆସନ୍ତା ୭ ଦିନ ପର୍ୟ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ । ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଅନ୍ୟପଟେ ଆସନ୍ତା ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ହେବ । ଗତ ୨୪ ଘଣ୍ଟାରେ ସେମିଳିଗୁଡାରେ ସର୍ବନିମ୍ନ ୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେଉଛି ।
Views: 76











