The Ultimate Managed Hosting Platform
ADVERTISEMENT

ରାଜ୍ୟରେ ଖାଲି ପଡିଛି ୯୮ ହଜାର ପଦବୀ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ସରକାରୀ ଅଧିକାରୀଙ୍କ ମରୁଡି । ପଦବୀ ଖାଲି ଥାଇ ମଧ୍ୟ ପୂରଣ କରୁନାହାଁନ୍ତି ରାଜ୍ୟ ସରକାର । ବିଧାନସଭା ପ୍ରଶ୍ନୋତ୍ତରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ୪୧ଟି ବିଭାଗରେ ଖାଲି ପଡିଛି ୯୮ ହଜାର ୩୪୮ଟି ପଦବୀ ।ମଙ୍ଗଳବାର ବିଧାନସଭାରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ପ୍ରଶ୍ନ କରିବା ସହ, ଜାନୁଆରୀ ୩୧ ସୁଦ୍ଧା ରାଜ୍ୟ ସରକାରଙ୍କ କେଉଁ ବିଭାଗରେ କେତେ ସଂଖ୍ୟକ କର୍ମଚାରୀ ପଦବୀ ଖାଲି ଅଛି ତାହା ଜାଣିବାକୁ ଚାହିଁଥିଲେ । ଏଥିସହିତ ରାଜ୍ୟରେ ବେରୋଜଗାରୀ ସଂଖ୍ୟା ହ୍ରାସ କରିବା ପାଇଁ ଓ ସରକାରୀ ଚାକିରି ଆଶାୟୀ ଯୁବକ ଓ ଯୁବତୀଙ୍କୁ ସରକାରୀ ଚାକିରି ନିମନ୍ତେ ପ୍ରତିଯୋଗିତାରେ ସୁଯୋଗ ଦେବା ପାଇଁ ଆବେଦନ କରିବାକୁ ବୟସ ସୀମାକୁ ୪୨ ବର୍ଷ କରିବା ଦାବିକୁ ପୂରଣ ପାଇଁ ସରକାର କୁଣ୍ଠିତ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login