ଭୁବନେଶ୍ୱର :ସରକାରୀ କଳରେ ଶତାଧିକ ପ୍ରଶାସନିକ ପଦବୀ ଖାଲି ପଡିଛି । ରାଜ୍ୟରେ ଖାଲିପଡିଛି ୬୭ ଆଇଏଏସ ଓ ୬୯ ଆଇପିଏସ , ୬୯ ଆଇଏଫଏସ ପଦବୀ । ଗୃହରେ ଟଙ୍କଧର ତ୍ରୀପାଠିଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ । ୨୫୩ ଓଏଏସ ଓ ଓପିଏସ, ୨୭୪ ଓଡିଶା ଅର୍ଥ ସେବା ପଦବୀ ଖାଲି । ୬୧୧ ଓଡିଶା ବନସେବା, ୨୬୩ ଓଆରଏସ ପଦବୀ ଖାଲି ପଡିିଛି । କେମିତି ଚାଲିବ ସରକାର? କେମିତି ନିୟନ୍ତ୍ରିତ ହେବ ଆଇନଶୃଙ୍ଖଳା? ରାଜ୍ୟରେ ଖାଲିପଡିଛି ଏକାଧିକ ଆଇଏଏସ୍ ଆଉ ଆଇପିଏସ୍ ପଦବୀ । ବିଧାନସଭାରୁ ବାବୁଙ୍କ ଅଭାବ ନେଇ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ତାହା ଅନେକଙ୍କୁ ଆଶ୍ଚର୍ୟ୍ୟ କରିବ ।
Views: 20