ଭୁବନେଶ୍ୱର : କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି ଓସେପା । ଟୁଇଟ୍ କରି ଓସେପା କହିଛି, ଜାନୁଆରୀ ୧୫ ତାରିଖରେ ଇଡିସିଆଇଏଲ ମେରିଟ ତାଲିକା ଦେଇଥିଲା । ସେହି ଦିନ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବା ସହ ଅପଲୋଡ କରାଯାଇଥିଲା । ଇଡିସିଆଇଏଲ୍ କନିଷ୍ଠ ଶିକ୍ଷକଙ୍କ ପରୀକ୍ଷା କରାଇଥିଲା ବୋଲି ଓସେପା କହିଛି । କନିଷ୍ଠ ଶିକ୍ଷକ କାଟାଗୋରୀ ୱାନ ଓ ଟୁ ପାଇଁ ଅଗଷ୍ଟ ୨୨ ତାରିଖରେ ପରୀକ୍ଷା କରାଇଥିଲା ଇଡିସିଆଇଏଲ । ଏହାପରେ ୧୫ ତାରିଖରେ ମେଧା ତାଲିକା ଇଡିସିଆଇଏଲ ପକ୍ଷରୁ ଓସେପାକୁ ଦିଆଯାଇଥିବା ଟୁଇଟରେ ଉଲ୍ଲେଖ ରହିଛି । ସ୍ପଷ୍ଟୀକରଣ ରଖି ଓସେପା ଇଡିସିଆଇଏଲ୍ ମୁଣ୍ଡକୁ ଦୋଷ ଠେଲି ଦେଇଛି । ହେଲେ ଗତକାଲି ଇଡିସିଆଇଏଲ ସ୍ପଷ୍ଟୀକରଣ ରଖି କନିଷ୍ଠ ଶିକ୍ଷକ ନିଯୁକ୍ତିରେ ତାର କୌଣସି ଭୂମିକା ନଥିବା କହିଥିଲେ । ଦିନକ ପରେ ଆଜି ଓପେସା ଟୁଇଟ୍ କରି ସ୍ପଷ୍ଟୀକରଣ ରଖିବା ପରେ ପ୍ରଶ୍ନ ଉଠୁଛି, କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତାରେ କିଏ ଭୁଲ କରିଛି ।
ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା: ସତ୍ୟପାଠ ତଲବ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











