ଭୁବନେଶ୍ୱର : ରାଜ୍ୟରେ ପହିଲି ଶୀତ । ଗତ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ହ୍ରାସ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ପାରଦ ପ୍ରାୟ ୩ ଡିଗ୍ରୀ କମିଛି । ଏକାଧିକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି । ୧୨.୫ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଏହାସହ ରାଜ୍ୟର କିଛି କିଛି ଅଞ୍ଚଳରେ ଘନ କୁହୁଡି ମଧ୍ୟ ଦେଖାଦେବ । କୋରାପୁଟରେ ଘନ କୁହୁଡି ଦେଖାଯାଇଥିବା ବେଳେ ରାଉରକେଲାରେ ହାଲୁକା କୁହୁଡି ଦେଖିବାକୁ ମିଳିଛି । ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟକୁ ଉତ୍ତରପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଶୁଷ୍କ ବାୟୁ ପ୍ରଭାବରେ ରାତିର ତାପମାତ୍ରାରେ ଆହୁରି ହ୍ରାସ ଘଟିଥିବା ସମ୍ଭାବନା ରହିଛି ।
Views: 37











