ଭୁବନେଶ୍ୱର : ଗଣମାଧ୍ୟମ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ବୈଜୟନ୍ତ ପଣ୍ଡାଙ୍କ ମନ୍ତବ୍ୟ । ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା । ଅନ୍ୟ ଗଣମାଧ୍ୟମ ମଧ୍ୟ ଏ ସରକାରର ଆକ୍ରୋଶର ଶିକାର ହୋଇଛନ୍ତି । ଜଣେ ନେତାଙ୍କୁ ଆଣିଲେ ତାଙ୍କୁ ପଦପଦବୀ ଦେଇ ମୁଣ୍ଡରେ ବସାଇଲେ ।
ଏବେ ଯେଉଁ ଗଣମାଧ୍ୟମ ଉପରେ ଆକ୍ରମଣ ହେଉଛି ତାହାକୁ କେବଳ ରାଜନୈତିକ ଆକ୍ରୋଶମୂଳକ ପଦକ୍ଷେପ ବୋଲି କୁହାଯିବ । ସେ କହିଛନ୍ତି ଯେ ଆଗରୁ ସବୁ ଭଲ ଥିଲା, ନେତା ବି ଭଲ ଥିଲେ ଓ ଆଗରୁ ସରକାର କଣ ଜାଣିନଥିଲେ । ହେଲେ ଏବେ ରାଜନୈତିକ ଆକ୍ରୋଶମୂଳକ ପଦକ୍ଷେପ ନିଆଯାଉଛି । ସେ କହିଛନ୍ତି ଯେ ରାଜନୈତିକ ଉଦ୍ଦେଶ୍ୟରେ ଆଗରୁ କିଛି କରୁନଥିଲେ ବା ଏବେ କରୁଛନ୍ତି । ଲୋକ ସବୁ ଜାଣିବା ଉଚିତ, ଲୋକଙ୍କ ଆକ୍ରୋଶ ଏବେ ଦେଖାଯାଉଛି । ଲୋକ ଜାଣିବା ଉଚିତ ଯେ କେଉଁ ପ୍ରକାର ଭ୍ରଷ୍ଟାଚାର ଏଠି ହେଉଛି ।
Views: 98











