ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଯୁବକଙ୍କୁ ନିର୍ମମ ହତ୍ୟା । ପୂର୍ବ ଶତ୍ରୁତାରୁ ଗୋଡାଇ ଗୋଡାଇ ହାଣିଲେ ୩ରୁ ୪ ଯୁବକ । ୟୁନିଟ-୧ ଅଞ୍ଚଳର ଏକ କ୍ୱାଟର୍ସ ନିକଟରେ ପଡିଛି ମୃତଦେହ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମୃତଦେହ । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସର ଛାନଭିନ । ମୃତକଙ୍କ ନାଁ ସୁଶାନ୍ତ। ଗତକାଲି ରାତିରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତୃତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ତଦନ୍ତ ଜାରି ରଖିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି।
Views: 83