ଭୁବନେଶ୍ୱର : ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ଖଣ୍ଡାରେ ହାଣିଲେ । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଯୁବକଙ୍କୁ ହତ୍ୟା । ପ୍ରେମ ବ୍ୟାପାରକୁ ନେଇ ରାଜଧାନୀରେ ନିର୍ମମ ହତ୍ୟା । ପୁରୁଣା ପ୍ରେମିକ ସହ ମିଶି ଯୁବକଙ୍କୁ ହତ୍ୟା କଲା ପ୍ରେମିକା । ଦେଖା କରିବା ନାଁରେ ହତ୍ୟାକାଣ୍ଡ ପ୍ଲଟ ରଚିଥିଲା ଯୁବତୀ । ଦେଖା କରିବା ବାହାନାରେ ଖଣ୍ଡାରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାଁ ଅଞ୍ଜନ ବେହେରା ବୋଲି ଜଣାପଡ଼ିଛି । ଅଞ୍ଜନ ବେହେରା କକଟେଲ ବୟ ଭାବେ କାମ କରନ୍ତି । ତାଙ୍କ ଘର ଲକ୍ଷ୍ମୀସାଗର ଥାନା ଚମ୍ପା ପୋଖରୀ ଅଞ୍ଚଳର ବୋଲି ଜଣାପଡ଼ିଛି । ଗତକାଲି ରାତି ସାଢେ ୧ଟାରେ ଚିନ୍ତାମଣିଶ୍ୱର ଅଂଚଳରେ ହୋଇଛି ହତ୍ୟାକାଣ୍ଡ । ଏହି ଘଟଣା ପରେ ଯୁବତୀ ଓ ପୁରୁଣା ପ୍ରେମିକ ଫେରାର ହୋଇଯାଇଛି । ହତ୍ୟାକାରୀ ଯୁବକ ଜଣେ ଜେଲ ଫେରନ୍ତା ବୋଲି ଜଣାପଡ଼ିଛି ।
Views: 94











