ଭୁବନେଶ୍ୱର : ଭୁବନେଶ୍ୱରରେ ହ୍ରାସ ପାଉଛି ତାପମାତ୍ରା । ଆଜି ୧୬.୨ ଡିଗ୍ରୀ ରେକର୍ଡ କରାଯାଇଛି । ୪ ଦିନରେ ୪.୬ ଡିଗ୍ରୀ ତଳକୁ ଖସିଲାଣି ତାପମାତ୍ରା । ୭ ତାରିଖରେ ସର୍ବନିମ୍ନ ତାପମାତ୍ରା ୨୦.୮ ଡିଗ୍ରୀ ରହିଥିଲା । ମୟୂରଭଞ୍ଜରେ ୬ ଡିଗ୍ରୀକୁ ଖସିଲା ତାପମାତ୍ରା । ଓଡ଼ିଶାର କାଶ୍ମିର ତଥା ଦାରିଙ୍ଗବାଡ଼ିରେ ତାପମାତ୍ରା ୧୧ ଡିଗ୍ରୀ ଖସିଥିବା ବେଳେ ଝାରସୁଗୁଡ଼ା, ଫୁଲବାଣୀ, କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ,ଭଦ୍ରକ, କଳାହାଣ୍ଡି ପରି ସହରରେ ପାରଦ ୧୫ଡିଗ୍ରୀ ତଳକୁ ଖସିଛି ।
ଆସନ୍ତା ୨ରୁ ୩ଦିନରେ ପାରଦ ଆହୁରି ଖସିବା ସହ ଥଣ୍ଡା ବଢିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସକାଳୁ ସକାଳୁ ପାଗ ହାଲୁକା କୁହୁଡ଼ିଆ ରହିଥିବା ବେଳେ ସ୍ଥାନେ ସ୍ଥାନେ ଲୋକେ ମର୍ଣ୍ଣିୱାର୍କ କରୁଛନ୍ତି। ଚା ଖଟିରେ ବୟସ୍କଙ୍କ ଖଟି ଜମୁଛି । ଆଜି ଦିନରେ ଆକାଶ ସଫା ନିର୍ମଳ ରହିବା ସହ ତାପମାତ୍ରା ୩୧ ଡିଗ୍ରୀ ମଧ୍ୟରେ ରହିବ ।
Views: 37











