The Ultimate Managed Hosting Platform
ADVERTISEMENT

ରାଜଧାନୀରେ ଆନ୍ଦୋଳନରେ ଆଉଟସୋର୍ସିଂ କର୍ମଚାରୀ

Facebook
Twitter
LinkedIn

ବ୍ୟୁରୋ : ଆନ୍ଦୋଳନରେ ବସିଛନ୍ତି ଆଉଟସୋର୍ସିଂ କର୍ମଚାରୀ । ରାଜଧାନୀରେଶନିବାରଠୁ ଆନ୍ଦୋଳନରେ ବସିଛନ୍ତି । ୧୦ ଦଫା ଦାବି ନେଇ ଗାନ୍ଧୀ ମାର୍ଗରେ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ଆନ୍ଦୋଳନ ଚଳାଇଛନ୍ତି । ହେଲେ ଏଯାବତ ତାଙ୍କର ଦାବି ପୂରଣ ହୋଇନାହିଁ । ସରକାରୀ ସ୍ତରରେ ଆଲୋଚନା ପାଇଁ ବ୍ୟବସ୍ଥା କରାଯାଇ ନଥିବାରୁ ଆଜିଠୁ ମହାସଂଘ କାର୍ୟ୍ୟବନ୍ଦ ଆନ୍ଦୋଳନ କରିବ ବୋଲି ନିଷ୍ପତ୍ତି ନେଇଛି । ଗ୍ରୁପ୍-ବି, ସି ଓ ଡିରେ ଖାଲିଥିବା ମୋଟ ୨ଲକ୍ଷ ୩୦ ହଜାର ପଦରେ ଆଉଟସୋର୍ସି କର୍ମଚାରୀମାନଙ୍କୁ ନିୟମିତ ନିଯୁକ୍ତି, ନିୟମିତ ଆଦେଶ ବାହାରିବା ପର୍ୟ୍ୟନ୍ତ ଚାକିରି ନିରାପତା ଓ ଦରମା ବୃଦ୍ଧି, ଛଟେଇ କର୍ମଚାରୀଙ୍କୁ ପୁନଃନିଯୁକ୍ତି ପାଇଁ ମହାସଂଘ ପକ୍ଷରୁ ଦାବି କରାଯାଇଛି । ରବିବାର ଆନ୍ଦୋଳନ ବେଳେ ୨୧ଜଣ ଆନ୍ଦୋଳନକାରୀ ଅଚେତ ହୋଇପଡ଼ିଥିଲେ । ପ୍ରବଳ ଖରା ଓ ଗରମ ଯୋଗୁଁ ସେମାନେ ଅଚେତ ହୋଇପଡ଼ିଥିଲେ ବୋଲି କୁହାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login