ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶର ଭିଣ୍ଡ ଜିଲ୍ଲାରୁ ଏକ ଆଶ୍ଚର୍ୟ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୮ ବର୍ଷୀୟା ଝିଅ ନିଜ ଭାଇ ସହ ଝଗଡ଼ା ପରେ ମୋବାଇଲ୍ ଫୋନ୍ ଗିଳି ଦେଇଥିଲା। ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ତାକୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହୋଇଯିବାରୁ ସେଠାରୁ ଗ୍ୱାଲିଅର୍ ଜିଲ୍ଲା ଡାକ୍ତରଖାନା ପଠାଯାଇଥିଲା। ଏଠାରେ ୬ ଜଣିଆ ଡାକ୍ତରୀ ଟିମ୍ ୨ ଘଣ୍ଟା ଅପରେସନ୍ ପରେ ଝିଅର ପେଟରୁ ମୋବାଇଲ୍ ଫୋନ୍ ବାହାର କରିଥିଲେ। ଖବରରୁ ଜଣାପଡ଼ିଛି, ଏଠାରେ ୧୮ ବର୍ଷୀୟା ଝିଅର ତା’ ଭାଇ ସହିତ କୌଣସି କାରଣରୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ଭଉଣୀ ପାଖରେ ଥିବା ଏକ ମୋବାଇଲ ଫୋନ୍ ଗିଳିଦେଇଥିଲା। ଚାଇନା ନିର୍ମିତ କିପ୍ୟାଡ୍ ମୋବାଇଲ୍ ଫୋନ୍ ଗିଳି ଦେବାର କିଛି ସମୟ ପରେ ତାଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ଆରମ୍ଭ ହୋଇଥିଲା।ପରିବାର ଲୋକେ ତୁରନ୍ତ ତାଙ୍କୁ ଭିଣ୍ଡ ଜିଲ୍ଲା ଡାକ୍ତରଖାନା ନେଇଥିଲେ। ସେଠାରେ ଏକ୍ସ-ରେ କରାଯାଇଥିଲା। ଏଠାକାର ଜୟାରୋଗ୍ୟ ଡାକ୍ତରଖାନାରେ ଡାକ୍ତରୀ ଟିମ୍ ୨ ଘଣ୍ଟାର ଅସ୍ତ୍ରୋପଚାର ପରେ ପେଟ୍ରୁ ମୋବାଇଲ ଫୋନ୍ ବାହାର କରିଥିଲେ।
ରାଗରେ ଉଭଣୀ ଗିଳିଦେଲା ମୋବାଇଲ , ୨ ଘଣ୍ଟାର ଅପରେସନ ପରେ ଜୀବନ ବଞ୍ଚାଇଲେ ଡାକ୍ତର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











