The Ultimate Managed Hosting Platform
ADVERTISEMENT

ରାଗରେ ଉଭଣୀ ଗିଳିଦେଲା ମୋବାଇଲ , ୨ ଘଣ୍ଟାର ଅପରେସନ ପରେ ଜୀବନ ବଞ୍ଚାଇଲେ ଡାକ୍ତର

Facebook
Twitter
LinkedIn

ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶର ଭିଣ୍ଡ ଜିଲ୍ଲାରୁ ଏକ ଆଶ୍ଚର୍ୟ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୮ ବର୍ଷୀୟା ଝିଅ ନିଜ ଭାଇ ସହ ଝଗଡ଼ା ପରେ ମୋବାଇଲ୍ ଫୋନ୍ ଗିଳି ଦେଇଥିଲା। ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ତାକୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହୋଇଯିବାରୁ ସେଠାରୁ ଗ୍ୱାଲିଅର୍ ଜିଲ୍ଲା ଡାକ୍ତରଖାନା ପଠାଯାଇଥିଲା। ଏଠାରେ ୬ ଜଣିଆ ଡାକ୍ତରୀ ଟିମ୍ ୨ ଘଣ୍ଟା ଅପରେସନ୍ ପରେ ଝିଅର ପେଟରୁ ମୋବାଇଲ୍ ଫୋନ୍ ବାହାର କରିଥିଲେ। ଖବରରୁ ଜଣାପଡ଼ିଛି, ଏଠାରେ ୧୮ ବର୍ଷୀୟା ଝିଅର ତା’ ଭାଇ ସହିତ କୌଣସି କାରଣରୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ଭଉଣୀ ପାଖରେ ଥିବା ଏକ ମୋବାଇଲ ଫୋନ୍ ଗିଳିଦେଇଥିଲା। ଚାଇନା ନିର୍ମିତ କିପ୍ୟାଡ୍ ମୋବାଇଲ୍ ଫୋନ୍ ଗିଳି ଦେବାର କିଛି ସମୟ ପରେ ତାଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ଆରମ୍ଭ ହୋଇଥିଲା।ପରିବାର ଲୋକେ ତୁରନ୍ତ ତାଙ୍କୁ ଭିଣ୍ଡ ଜିଲ୍ଲା ଡାକ୍ତରଖାନା ନେଇଥିଲେ। ସେଠାରେ ଏକ୍ସ-ରେ କରାଯାଇଥିଲା। ଏଠାକାର ଜୟାରୋଗ୍ୟ ଡାକ୍ତରଖାନାରେ ଡାକ୍ତରୀ ଟିମ୍ ୨ ଘଣ୍ଟାର ଅସ୍ତ୍ରୋପଚାର ପରେ ପେଟ୍ରୁ ମୋବାଇଲ ଫୋନ୍ ବାହାର କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଧାନସଭାରେ ଅପପୁଷ୍ଟି ପ୍ରସଙ୍ଗ

୪୬ IAS , ୬୭ IPS ପଦବୀ ଖାଲି

ଭୁବନେଶ୍ୱର : ରାଜ୍ୟରେ ଆଇପିଏସ, ଆଇଏଏସ, ଆଇଏଫଏସ ପଦବୀ ଖାଲି ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୋହନ ମାଝୀ । ୪୬...

ADVERTISEMENT
ବାଂଲାଦେଶୀ ଚିହ୍ନଟ ପାଇଁ ସ୍ୱତନ୍ତ୍ର କମିଟି

ବାଂଲାଦେଶୀ ଚିହ୍ନଟ ପାଇଁ ସ୍ୱତନ୍ତ୍ର କମିଟି

ଭୁବନେଶ୍ୱର : ବାଂଲାଦେଶୀଙ୍କୁ ଚିହ୍ନଟ , ଅଟକ ଓ ତଡିପାର ପାଇଁ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ କମିଟି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...

Login