ରାଉରକେଲା :ରାଉରକେଲାରେ ହଇଜା ନେଇ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକଙ୍କ ପ୍ରତିକ୍ରିୟା । ଉଭୟ ଭିବ୍ରିଓ କଲେରା ଓ ଇ-କୋଲାଇ ବ୍ୟାକ୍ଟେରିଆ ଯୋଗୁଁ ବ୍ୟାପିଛି । ପ୍ରାୟ ୧୪ ଶହ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଆରଜିଏଚରେ ୬ ଜଣଙ୍କ ମୃତ୍ୟୁ ନେଇ ସରକାରଙ୍କ ପାଖରେ ତଥ୍ୟ ଅଛି । ଘରୋଇ ହସ୍ପିଟାଲରେ ଆଉ କିଛି ଜଣଙ୍କ ମୃତ୍ୟୁ ହୋଇଥିବା ତଥ୍ୟ ଆସିଛି । ଡେଥ କମିଟି ତାହାକୁ ଯାଞ୍ଚ କରି ଜଣାଇବା ପରେ ଆମେ ଜଣାଇବୁ । ହସ୍ପିଟାଲରେ ଆଡମିଶନ ସଂଖ୍ୟା ବଢୁନି , ଗୁରୁତରଙ୍କ ସଂଖ୍ୟା କମିଛି । ୩ ଦିନ ତଳେ ୨୦ ଥିଲେ , ଏବେ ୨ ଅଛନ୍ତି । ଭୟରେ ଲୋକେ ଆଡମିଶନ ହେଉଛନ୍ତି । କାଲି ଏସସିବିରୁ ୩ ଜଣ ଡାକ୍ତର ନିୟୋଜିତ ହୋଇଛନ୍ତି । ଆରଏମଆରସି ଟିମ ପହଁଚି କାରଣ ଖୋଜିବା ଆରମ୍ଭ କରିଛନ୍ତି ।
Views: 72