ଭୁବନେଶ୍ୱର: ଭୁବନେଶ୍ୱରରେ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର । ବିମାନ ବନ୍ଦରରେ ପଦଁଚିବା ପରେ ବିଜୟପାଲ ତୋମାରଙ୍କ ମନ୍ତବ୍ୟ । ପୂରା ରଣନୀତି ସରିଛି , ବୈଠକ ପରେ ସବୁ ଜଣାପଡିବ । ଦୃଢତାର ସହ ନିର୍ବାଚନ ଲଢିବା ନେଇ କହିଲେ ବିଜୟପାଲ । ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଏହି ବୈଠକ ହେବ । ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ନିର୍ବାଚନ ପ୍ରଭାରୀ, ସହ ପ୍ରଭାରୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ଅନ୍ୟ ବରିଷ୍ଠ ନେତା ବୈଠକରେ ସାମିଲ ହେବେ । ଏହି ବୈଠକରେ ୨୧ ଲୋକସଭା କ୍ଷେତ୍ର ଏବଂ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୱାରୀ ସ୍ଥିତି ସମୀକ୍ଷା କରାଯିବ । ଏଥିସହ ନିର୍ବାଚନ ରୋଡ୍ ମ୍ୟାପ୍ ପ୍ରସ୍ତୁତ ନେଇ ବୈଠକରେ ଆଲୋଚନା କରାଯିବ ।
Views: 96











